ଷୋହଳ ଲକ୍ଷଟଙ୍କାର ଗ୍ରାମୀଣ ଉଦ୍ୟାନ,ସୂଚନା ଫଳକ ଏବଂ ପାଚେରୀ କାନ୍ଥରେ ସୀମିତ…

add-all

(ପଞ୍ଚାୟତ କର୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ନା ଆଉ କିଛି…)

କୋରାପୁଟ /କୋଟପାଡ଼ :- ପଞ୍ଚାୟତ କର୍ତୃପକ୍ଷଙ୍କ ଜନ ହିତକାର କାର୍ଯ୍ୟ ଜନ ବିରୋଧୀ କାର୍ଯ୍ୟ ଭଳି ମନେ ହେଉଛି l ଦୀର୍ଘ ସାତ ବର୍ଷ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ପଞ୍ଚାୟତର ବଡବାବୁ ମାନଙ୍କ ମନମୁଖୀ, ଉଦାସୀନତା ଏବଂ ଅବହେଳିତ ମନୋଭାବ ଯୋଗୁଁ ଆଜି ଷୋହଳ ଲକ୍ଷ ଟଙ୍କାର କାର୍ଯ୍ୟ ମଳ ତ୍ୟାଗ ପରିସରରେ ପରିଣତ ହୋଇଛି, କିନ୍ତୁ ଉଦ୍ୟାନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନି ll ଯାହା ଟିକସଦାତାଙ୍କ ଟଙ୍କାକୁ ପାଣିରେ ଫୋପାଡ଼ିଦେବା ସଦୃଶ୍ୟ l ସୂଚନା ପ୍ରକାରେ, ସୁତିପଦର ପଞ୍ଚାୟତ
ଅନ୍ତର୍ଗତ ବାଟ ଧlରଗୁଡ଼ି ଗ୍ରାମ ନିକଟ ଜାତୀୟରାଜପଥ କଢ଼ରେ 2019-20 ଆର୍ଥିକ ବର୍ଷରେ ତିନିଲକ୍ଷ ନବେ ହଜାର ବ୍ୟୟ କରି ଏକ ଗ୍ରାମୀଣ ଉଦ୍ୟାନ କାର୍ଯ୍ୟ ଆରମ୍ଭ କରାଯାଇଥିଲl l ପୁଣି 2020-21 ଆର୍ଥିକ ବର୍ଷରେ ଦଶଲକ୍ଷ ଟଙ୍କା , 2024-25 ରେ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗ୍ରାମୀଣ ଉଦ୍ୟାନ ପାଇଁ କାମ ଚାଲିଛି l
କିନ୍ତୁ ବର୍ତମାନ ସୁଦ୍ଧା ଏହା କେବଳ ସୂଚନା lଫଳକରେ ସୀମିତ ହୋଇ ରହିଯାଇଛି l ଅନ୍ୟ ପକ୍ଷରେ, କେଉଁ ଆଧାରରେ ଲକ୍ଷାଧିକ ଟଙ୍କା ବ୍ୟୟ କରି ଆଜି ଯାଏଁ ଉଦ୍ୟାନ କାର୍ଯ୍ୟଟି ସମ୍ପୂର୍ଣ୍ଣ ହୋଇ ପାରି ନାହିଁ ଏହା ସନ୍ଦେହ ଘେରରେ l


ବର୍ତମାନ କାହିଁକି ଉଦ୍ୟାନ କାର୍ଯ୍ୟ ସମ୍ପୂର୍ଣ ହୋଇପାରୁନି, ଲକ୍ଷlଧିକ ଟଙ୍କା ଖର୍ଚ୍ଚ ହେଲାପରେ ମଧ୍ୟ କେବଳ ପାଚେରୀ କାନ୍ଥ ରେ ସୀମିତ ରହିଛି,ଏହାକୁ ନେଇ ଜନସାଧାରଣରେ ବିରାଟ ପ୍ରଶ୍ନ ଉଙ୍କି ମାରୁଛି l ଏହାର ଭିଜିଲାନ୍ସ କିମ୍ବା ଜ଼ିଲ୍ଲାସ୍ତରୀୟ କର୍ତୃପକ୍ଷଙ୍କ ଦ୍ୱାରା ନିରପେକ୍ଷ ତଦନ୍ତ କରାଗଲେ ଭିତିରିଆ ରହସ୍ୟ ଲୋକ ଲୋଚନକୁ ଆସିପାରିବ l

ad-week
Leave A Reply

Your email address will not be published.