ଟିମ କ୍ଲିନ୍ ସିଟି ପକ୍ଷରୁ ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, କେଣ୍ଡେଲ ଶୋଭାଯାତ୍ରା

newyr25

ବ୍ରହ୍ମପୁର : 2019ମସିହା ଆଜିର ଦିନରେ ଭାରତ ସିଆରପିଏଫର 40ଜଣ ଜବାନଙ୍କୁ ହରାଇଥିଲା। ଆତଙ୍କବାଦୀ ସଙ୍ଗଠନ ଜୈଶେ ଏ ମହମ୍ମଦ ନାମକ ସଙ୍ଗଠନର ଆକ୍ରମଣରେ ଶହିଦ ହୋଇଥିଲେ ସମସ୍ତ ଜବାନ। ଯାହା ଭାରତ ପାଇଁ ସବୁଠାରୁ ବଡ ଆକ୍ରମଣ ଓ ଶକ୍ତ ଧକ୍କା ଥିଲା। ଅବଶ୍ୟ ଏହି ଆକ୍ରମଣ ଘଟଣାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ଭାରତ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇ ଆତଙ୍କବାଦୀ ସଙ୍ଗଠନର ଆଡ୍ଡାକୁ ଧ୍ବସ୍ତବିଧ୍ବସ୍ତ କରାଯାଇଥିଲା। ଏହି ଘଟଣାକୁ ଇତି ମଧ୍ୟରେ ବିତି ଯାଇଛି ଦିର୍ଘ 7ବର୍ଷ। ଫେବୃଆରୀ 14ତାରିଖକୁ ବିଶ୍ବବ୍ୟାପୀ ଭାଲେଣ୍ଟାଇନ ଡେ ଭାବେ ପାଳନ କରାଯାଉଥିବା ବେଳେ ଭାରତରେ ଶହୀଦଙ୍କୁ ସମ୍ମାନ ଜଣାଇ ଏହି ଦିନକୁ ଅଧିକାଂଶ କଳା ଦିବସ ଭାବେ ପାଳନ କରାଯାଉଛି।

ଏହି ଅବସରରେ ଦକ୍ଷିଣଓଡିଶାର ଅଗ୍ରଣୀ ସ୍ଵେଛାସେବୀ ସଙ୍ଗଠନ ବ୍ରହ୍ମପୁରର ଟିମ କ୍ଲିନ ସିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳା ଦିବାସ ପାଳିତ ହୋଇଯାଇଛି। ସ୍ଥାନୀୟ ଏମକେସିଜି ମେଡିକାଲର ମୁଖ୍ୟଫାଟକ ନିକଟରେ ଟିମର ସମସ୍ତ ସଦସ୍ୟଙ୍କ ସମେତ ବିଭିନ୍ନ ସଙ୍ଗଠନ, ସାମ୍ବାଦିକ ଓ ସହରବାସୀ ସାମିଲ ହୋଇଥିଲେ। ପରେ କ୍ୟାଣ୍ଡେଲ ଜାଳି ଦୁଇ ମିନିଟି ନୀରବ ପ୍ରାର୍ଥନା କରି ଶହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସ୍ମୃତିଚାରଣ କରାଯାଇଥିଲା। ପରେ ଉପସ୍ଥିତି ସମସ୍ତ ସଦସ୍ୟ କ୍ୟାଣ୍ଡେଲ ଶୋଭାଯାତ୍ରା କରି ମେଡିକାଲ ଭିତରେ କିଛିବାଟ ପରିକ୍ରମା କରିଥିଲେ। ଶହିଦ ଜବାନ ଅମର ରହେ ଓ ଆତଙ୍କବାଦୀ ହାମଲାରେ ପାକିସ୍ତାନର ହାତ ଥିବା ଦର୍ଶଇ ପାକିସ୍ତାନ ହାଏ ହାଏ ନାରାରେ ସମସ୍ତେ ଶ୍ଲୋଗାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାରଙ୍କ ପ୍ରତିନିଧି ତଥା ଟିମ କ୍ଲିନ ସିଟି ସଦସ୍ୟ ଅଶୋକ କୁମାର ଶୁକ୍ଳା, ଶକ୍ତିଧର ରାଜଗୁରୁ, ରାଜେଶ କୁମାର ସାହୁ, ସୂର୍ଯ୍ୟନାରାୟଣ ଚୌଧୁରୀ, ପ୍ରମୋଦ କୁମାର ଦଳେଇ, ସୁବାଷ ମାଝି, ପୂର୍ଣ୍ଣଚନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ, ସୁଦୀପ କୁମାର ସାହୁ, ଗୋପାଳ ରେଡ୍ଡୀ, ମୃତ୍ୟୁଞ୍ଜୟ ସାହୁ, ଓ ଶୁବ୍ରମନ୍ୟମ ସ୍ଵାମୀ ପ୍ରମୁଖ ଉପସ୍ଥିତ ରହି କେଣ୍ଡେଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Leave A Reply

Your email address will not be published.