ଜାଗରରେ ଲିଙ୍ଗରାଜଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା: ନକଲି ପାସ ଆଣିଲେ କାର୍ଯ୍ୟାନୁଷ୍ଠାନ

add-all

ଭୁବନେଶ୍ୱର : ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଆମର କର୍ତ୍ତବ୍ୟ । ଲିଙ୍ଗରାଜ ମନ୍ଦିରରେ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି CP । ପୋଲିସ ଅଧିକାରୀମାନେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ କରେଇବା ସହ ଭଲ ବ୍ୟବହାର କରିବେ ସେଥି ପ୍ରତି ଆମର ନଜର ରଖିବା ପାଇଁ ଅଧିକାରଙ୍କୁ ପରାମର୍ଶ ଦେଇଛନ୍ତି । କେଉଁ ଭଳି ଭାବେ ଭିଡ ନିୟନ୍ତ୍ରଣ କରିବେ ଓ କିଛି ଅଘଟଣାକୁ ଘଟିବା ପୂର୍ବରୁ ନଜର ରଖିବା ପାଇଁ କହିଛନ୍ତି।ସେବାୟତ ମାନଙ୍କ ପରିବାର VIP ଗେଟରେ ପ୍ରବେଶ କରି ଦର୍ଶନ କରିବେ । ସୁରକ୍ଷାରେ ୪୧ ପ୍ଲାଟୁନ ପୋଲିସ୍ ଫୋର୍ସ,୩ ଜଣ ଡିସିପି, ଅତିରିକ୍ତ ସିପି ଓ ଅତିରିକ୍ତ ଡିସିପି ୪ ଜଣ, ଏସିପି& ଡିଏସପି ୧୬, ଇନ୍ସପେକ୍ଟର ଓ RI ୩୩,SI &ASI ୧୧୯ ସହ ସାଧା ପୋଷାକରେ ମଧ୍ଯ ପୋଲିସ୍ ଅଫିସର ମୁତୟନ ରହିବେ ।

ନକଲି ପାସ ପ୍ରତି ସାବଧାନ

ଲୋକେମାନେ କାହାର କଥାରେ ପଡି ନକଲି ପାସ ଆଣାନ୍ତୁ ନାହିଁ କି ଠକେଇ ଶିକାର ହୁଅନ୍ତୁ ନାହିଁ ବୋଲି କହିଛନ୍ତି ପୋଲିସ କମିସନର। ବିଭିନ୍ନ ଲୋକ ଏବେ ସୋସିଆଲ ମିଡିଆର କିଛି ବ୍ୟକ୍ତି ନକଲି ପାସ୍ ଦେଉଛନ୍ତି ବୋଲି କିଛି ସେବାୟତ ପୋଲିସ୍ କମିସନରଙ୍କ ପାଖେ ଅଭିଯୋଗ କରିଥିଲେ । ଏନେଇ ସିପି କହିଛନ୍ତି ଯେ ଯଦି କିଛିନକଲି ପାସ୍ ମିଳେ ତାହା ହେଲେ ସେମାନଙ୍କ ପ୍ରତି ଆକ୍ସନ ନିଆଯିବ।

ad-week
Leave A Reply

Your email address will not be published.