ସ୍ଥାନୀୟ ପ୍ରଶାସନ ଲଗାମ ଲଗାଇବାରେ ଅସମର୍ଥ କି…?

add-all

କୋରାପୁଟ/କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଳମାଳ ଇଟାଭାଟି ଦେଖିବାକୁ ମିଳୁଛି l ତାପମାତ୍ରା ବୃଦ୍ଧି ସହ ପ୍ରଦୁଷଣକୁ ରୋକିବାକୁ ଉଚ୍ଚତମ ନ୍ୟାୟାଳୟ ବେଆଇନ ଘୋଷଣା କରିଛନ୍ତି l ସରକାର ମାଟିଇଟା ନିର୍ମାଣ କରିବାକୁ ରୋକ ଲଗାଇଛନ୍ତି ଏବଂ ପାଉଁଶ କିମ୍ବା ସିମେଣ୍ଟ ଇଟା ତିଆରି କରିବାକୁ ଅନୁମତି ରହିଥିବା ବେଳେ ବିଭାଗ ଦ୍ଵାରା ଏପରି ବେଆଇନ ଇଟା ଭାଟିକୁ ରୋକlଯାଇ ପାରୁନି,ରାଜସ୍ବ ବିଭାଗ ଜାଣି ଶୁଣି ନ ଜାଣିଲା ପରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି l
କୋଟପାଡ଼ ତହସିଲର ବିଭିନ୍ନ ଅଞ୍ଚଳର ଗ୍ରାମ ଉପକଣ୍ଠ,ସରକାରୀ ଜଙ୍ଗଲ ଜମି,ଏପରି କି ପୋଖରୀ ମଧ୍ୟରେ ମାଟି ଇଟାଭାଟି ମାଳମାଳ ନିର୍ମାଣ ହେଉଥିବା ବେଳେ ଅଙ୍କୁଶ ଲଗାଇବାରେ ପ୍ରଶାସନ ଗୁରୁତର ଭାବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନି l ଏହିପରି ଘୁମର ରାଜସ୍ବ ଅଞ୍ଚଳର ବାସ୍ତlମ୍ଭl-ସାନଘୁମର ରାସ୍ତା କଢ଼ରେ ରହିଥିବା ଜଙ୍ଗଲ ଉପକଣ୍ଠରେ ଲକ୍ଷ ଲକ୍ଷ ମାଟିଇଟା ପୋଡ଼ାଯାଉଥିବା ଦେଖିବାକୁ ମିଳିଛି ଏବଂ ଜଙ୍ଗଲ ମଧ୍ୟରେ ଶହ ଶହ ଗାଡ଼ି ତଷୁ ଗଦା କରି ଇଟା ପୋଡ଼ାରେ ବ୍ୟବହାର ପାଇଁ ରଖାଯାଇଥିବା ବେଳେ ପ୍ରଶାସନର ପକ୍ଷରୁ କୌଣସି ପ୍ରକାର କଟକଣା ନ ଥିବା ଦ୍ଵାରା ସରକାରଙ୍କ ରାଜସ୍ୟ ହାନି ଏବଂ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରୁ ନାହିଁ । ରାଜସ୍ବ ବିଭାଗୀୟ କର୍ମଚାରୀ ଏବଂ ସଂପୃକ୍ତ ବିଭାଗର ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ ନିମନ୍ତେ ଫୋନ ଯୋଗେ ଯୋଗାଯୋଗ କରିବାରୁ ସଂଯୋଗ ସ୍ଥାପନ ହୋଇପାରି ନାହିଁ I

ad-week
Leave A Reply

Your email address will not be published.