ପପୁଲୁରରେ କୋଣ୍ଡାରେଡି ସମ୍ପ୍ରଦାୟ ପକ୍ଷରୁ ବିଶାଳ ଜନସମାବେଶ, ଆଦିବାସୀ ମାନ୍ୟତାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

newyr25

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପପଲୁର ଠାରେ କୋଣ୍ଡାରେଡି ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ସମବେଶ ଅନୁଷ୍ଠିତ ହୋଇଯାଇଛି। କୋଣ୍ଡାରେଡି ସମାଜର ସଭାପତି ରାମା ରାଓଙ୍କ ଅଧକ୍ଷତାରେ ଆୟଅଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ବଳଭଦ୍ର ମାଝି, ସମ୍ମାନିତ ଅତିଥି ଭାବେ ବିଧାୟକ ନରସିଂହ ମାଡକାମି, ଅନାୟତମ ଅତିଥି ଭାବେ ପୂର୍ବତନ ସାଂସଦ ମୁରଲିଧର ଜେନା, ସମାଜର ସମ୍ପାଦକ ପି ଶ୍ରୀଗୁରୁ, ଆଦିବାସୀ ସଂଘ ସଭାପତି ବାଲରାଜୁ ଗେମେଲ, କାର୍ଯ୍ୟକାରି ସଭାପତି କୋଟେ ପତୁର, ଜିଲ୍ଲା ଭାଜପା ସଭାପତି ପ୍ରମୁଖ ମଞ୍ଚାସୀନ ଥିଲେ। ବର୍ଷ ବର୍ଷ ଧରି ଏହି କୋଣ୍ଡାରେଡି ସମାଜ ଆଦିବାସୀ ମାନ୍ୟତା ପାଇଁ ସଂଘର୍ଷ କରି ଆସୁଥିବା ବେଳେ ବିଗତ ବର୍ଷ ଫେବ୍ରୁଆରି ୧୪ ତାରିଖରେ ଏମାନଙ୍କୁ ସରକାର ଆଦିବାସୀ ମାନ୍ୟତା ଦେଇଥିଲେ। ଯାହାକୁ ନେଇ ସେମାନେ ଖୁସି ବ୍ୟକ୍ତ କରିବା ସହ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ସାଂସଦ ଶ୍ରୀ ମାଝି ପ୍ରକାଶ କରିଥିଲେ ଯେ, ଆଗାମୀ ଦିନରେ ଏହି ସମ୍ପ୍ରଦାୟକୁ ଆଦିବାସୀଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ଯୋଜନା ଉପଲବ୍ଧ କରାଯାଇଛି। ଆଗକୁ ମଧ୍ୟ ଅନ୍ୟ ସମସ୍ତ ଯୋଜନା ଯୋଗାଇ ଦିଆଯିବ।

ସେ ନିଜେ ଏହି ମାନ୍ୟତା ପାଇଁ ଗତ ୧୦ ବର୍ଷ ଧରି କେନ୍ଦ୍ର ସରକାରଙ୍କ ସଂଖ୍ୟା ଲଘୁ ମନ୍ତ୍ରାଳୟ ଓ ଆଦିବାସୀ ମନ୍ତ୍ରାଳୟ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରିଥିଲେ। ସରକାର ଏହି ଦବୀୟାର ବାସ୍ତବତାକୁ ବୁଝି ଦାବି ପୁରାଣ କରିଥିଲେ ବୋଲି ଶ୍ରୀ ମାଝି ପ୍ରକାଶ କରିଛନ୍ତି। ତେବେ ପ୍ରକାଶ ଥାଉକି ଜିଲ୍ଲାର ଦୁର୍ଗମ ଏବଂ ଉପାନ୍ତ ଅଞ୍ଚଳ ଭାବେ ଏହି ପପୁଲୁର ଏବଂ କୁର୍ମାନୁର ଗଣତି ହେଉଥିବା ବେଳେ ଏଠାରେ ନକ୍ସଲଙ୍କ ରାଜ ମଧ୍ୟ ଥିଲା। ମୌଳିକ ସୁବିଧା ଏମାନଙ୍କ ପାଇଁ ସାତ ସପନ ଥିବା ବେଳେ ବିଗତ କିଛି ବର୍ଷ ହେବ ଏହି ଗ୍ରାମକୁ ବିକାଶର ଗାଡି ପହଞ୍ଚିଛି। ଅଞ୍ଚଳରେ ବିକାଶ ଆସୁଥିବା ସହ ଏହି ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିବ ପରେ ଅଞ୍ଚଳରେ ଖୁଶିର ଲହରୀ ଖେଳିଛି। ଆଗାମୀ ଦିନରେ ଅଞ୍ଚଳରେ ଥିବା ଅନ୍ୟାନ୍ୟ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇବ ବୋଲି ଉପସ୍ଥିତ ଅତିଥି ମାନେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ କୋଣ୍ଡାରେଡି ସମାଜର ସଭା ଗୃହକୁ ଅତିଥି ମାନେ ଉଦ୍ଘାଟନ କରିବା ପରେ ଆଦିବାସୀ ପତାକାର ଉତ୍ତୋଳନ କରଯାଇଥିଲା। ପରେ ପରେ ସ୍ଥାନୀୟ ବିଦ୍ୟାଳୟରେ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା।

Leave A Reply

Your email address will not be published.