ପାକିସ୍ତାନକୁ ୬୧ ରନରେ ପରାସ୍ତ କଲା ଭାରତ

add-all

ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ। ଆଜିର ହାଇଭୋଲ୍ଟେଜ ମ୍ୟାଚରେ ପାକିସ୍ତାନକୁ ୬୧ରନରେ ହରାଇଲା ଭାରତ।
୨୦୨୬ ଟି-୨୦ ବିଶ୍ୱକପର ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ୍ ଦୁଇ ପାରମ୍ପରିକ କ୍ରିକେଟ ପ୍ରତିଯୋଗୀ ଭାରତ ଓ ପାକିସ୍ତାନ ପରସ୍ପରକୁ ସାମ୍ନା କରିଛନ୍ତି। ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଛି। ଏହାସହ ଭାରତ ଲଗାତାର ୩ଟି ମ୍ୟାଚ ଜିତି ବିଜୟ ଧାରା ଆଗକୁ ନେଇଛି। ପ୍ରଥମ ଇନିଂସରେ ଭାରତ ଟସ ହାରି ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ଭାରତ ନିର୍ଦ୍ଧାରିତ ୨୦ଓଭର ଖେଳି ୭ୱିକେଟ ହରାଇ ୧୭୫ରନ ସଂଗ୍ରହ କରିଥିଲା। ଜବାବରେ ପାକିସ୍ତାନ ୧୮ ଓଭରରେ ୧୧୪ରନ କରି ସମସ୍ତ ୱିକେଟ ହରାଇଛି। ଭାରତ ପକ୍ଷରୁ ଈଶାନ କିଷାନ ୪୪ବଲ ଖେଳି ସର୍ବାଧିକ ୭୭ରନ ସଂଗ୍ରହ କରିଛନ୍ତି। କିନ୍ତୁ ପାକିସ୍ତାନୀ ବୋଲର ସଇମ ଆୟୁବ ତାଙ୍କୁ ଆଉଟ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୂର୍ଯ୍ୟକୁମାର ଯାଦବ ୩୨ରନ, ତିଳକ ବର୍ମା ୨୫ରନ,ରିଙ୍କୁ ସିଂ ୧୧ରନ ଓ ଶିବମ ଦୁବେ ୧୭ରନ ସଂଗ୍ରହ କରିଛନ୍ତି। ଦଳ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା,ହାର୍ଦିକ ପାଣ୍ଡ୍ୟା ଓ ଅକ୍ସର ପଟେଲ ୨ଟି ଲେଖାଏଁ ୱିକେଟ ହାସଲ କରିଛନ୍ତି। ପାକିସ୍ତାନ ପକ୍ଷରୁ ଉସମାନ ଖାନ ସର୍ବାଧିକ ୪୪ରନ ଓ ଶଦବ ଖାନ ୧୪ରନ ଏବଂ ସଇମ ଆୟୁବ ୩ଟି ୱିକେଟ ହାସଲ କରିଛନ୍ତି।

ad-week
Leave A Reply

Your email address will not be published.