
କୋରାପୁଟ/କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ଲୋକମାନେ କାମଧନ୍ଦା ନପାଇ ଜୀବିକା ଉପାର୍ଜନ କରିବା ଉଦ୍ଦେଶ୍ୟରେ ଦାଦନ ଶ୍ରମିକ ଭାବେ ପୋଡ଼ଶୀ ରାଜ୍ୟ ମାନଙ୍କର ଯିବା ଏବଂ ଏକାଧିକ ଶ୍ରମିକ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ ଦେହ ଆଣିବା ପରେ ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଠାରୁ ଆରମ୍ଭ କରି ରେଡ୍ କ୍ରସ୍ ପାଣ୍ଠି ପାଇବା ପାଇଁ ସରକାରୀ ଓ ରାଜନେତା ବାବୁମାନଙ୍କ ପାଖରେ ବିକଳ ହୋଇ ବୁଲୁଥିବା ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳୁଥିବା ଅଞ୍ଚଳରେ …
ଉତ୍କଟ ଦାରିଦ୍ର ସମସ୍ୟା ଏବଂ ଗ୍ରାମାଞ୍ଚଳରେ ଥିବା ଦୁର୍ବଳ ପରିବାର ଯେଉଁମାନଙ୍କର ଜୀବନ ନିର୍ବାହର ସ୍ତର ଅତି ନଗଣ୍ୟ ସେମାନଙ୍କୁ ଦାରିଦ୍ର୍ୟ ତଥା କ୍ଷୁଧାରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାର ମନରେଗା ଭଳି ନିଶ୍ଚିତ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଦାୟୀତ୍ୟରେ ଥିବା ସରକାରୀ ବାବୁ ମାନଙ୍କ ର୍ଦୁନୀତି ଖୋର ମନୋବୃତ୍ତି ଯୋଗୁଁ ଯୋଜନାର ସୁଫଳରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହୋଇ ଟାଉଟର ମାନେ ମାଲେମାଲ ହେବା ବିଷୟ ଅଛପା ନାହିଁ ।
ସୂଚନା ପ୍ରକାରେ, ଏହିପରି ଏକ ଘଟଣା କୋଟପାଡ଼ ବ୍ଳକର ଉନସୁଲି ଗ୍ରାମ ପଞ୍ଚାୟତର ଦେଓର୍ଲି ଗ୍ରାମର ଗୋରଡ଼ି ବନ୍ଧର ପୁଃର୍ନଉଦ୍ଧାର ନିମନ୍ତେ ମନରେଗା ଯୋଜନା ମାଧ୍ୟମରେ କୋର୍ଡ଼ ନଂ-2411015002/WH/10965149 ଅମୃତ ସରୋବର ନିର୍ମାଣ କାର୍ଯ୍ୟରେ ଦେଖିବାକୁ ମିଳିଛି,ମେସିନକୁ ନିଶ୍ଚିନ୍ତ କର୍ମନିଯୁକ୍ତି କାର୍ଯ୍ୟରେ ନିୟୋଜିତ କରାଯାଇଛି l ମନରେଗା ଯୋଜନାର ସୁଫଳ ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ପାଇବାକୁ ଯୋଗ୍ୟ ଥିବା ଜବକାର୍ଡ଼ଧାରି ବଞ୍ଚିତ ହୋଇ ଦାଦନ ଖଟିବାକୁ ଯିବାକୁ ବାଧ୍ୟ ହେଉଛନ୍ତି, ମେସିନ୍ ଦ୍ୱାରା କାମ ହେବା କଥା ବ୍ଳକର କିଛି ଅନ୍ୟ ପଞ୍ଚାୟତରେ ଘଟିଥିବା ବିଷୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲେ ସୁଦ୍ଧା ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନଥିବା ଯୋଗୁଁ ବାରମ୍ବାର ଏହିପରି ଯୋଜନାର ସଫଳ ରୂପାୟନ ହୋଇପାରୁ ନାହିଁ ଏବଂ ଏହି ଯୋଜନା ପାଇଁ ଥିବା ଆଇନ ଏବଂ ସର୍ତ୍ତାବଳୀକୁ କାଗଜ କଲମରେ ସୀମିତ ରଖି ସରକାରୀ ବାବୁମାନେ ତଳସ୍ତରରୁ ଉପର ପର୍ଯ୍ୟନ୍ତ ଲିପ୍ତ ରହିଥିବା ଆଲୋଚ଼ନା ହେଉଛି l
ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନିୟମକୁ ପଞ୍ଚାୟତ ସ୍ତରୀୟ ବଡବାବୁ ମାନେ କିଭଳି ଭାବେ ଉପହାସରେ ଉଡାଇବାକୁ ଚେଷ୍ଟା କରୁଛନ୍ତି…ଏହା ସହଜେ ଅନୁମେୟ l