ରଫାଦଫା ପାଇଁ ଟଙ୍କା ଦେଲେ ଜେଲ ଅଧୀକ୍ଷକ

add-all

କଟକ : ପୁଣି ଚର୍ଚ୍ଚାରେ କଟକ ଚୌଦ୍ବାର ଜେଲ , ସୁନା ହଜାଇଲେ ଟଙ୍କା ଦେଲେ।ମହିଳା କଏଦୀଙ୍କ ସୁନାଗହଣା ନ ମିଳିବାରୁ ଅଡୁଆରେ ଜେଲ ଅଧୀକ୍ଷକ। ଗହଣା ନ ଦେଇ ପାରିବାରୁ ରଫାଦଫା ପାଇଁ ଟଙ୍କା ଦେଲେ ଜେଲ ଅଧୀକ୍ଷକ। ମାମଲା ପ୍ରତ୍ୟାହାର ପାଇଁ ଲିଖିତ ଭାବେ ଥାନାରେ ଜଣାଇଥିଲେ ମହିଳା ଜଣକ।
କୁଆଡେ ଗଲା ସୁନାଗହଣା , ଅଧୀକ୍ଷକ କେଉଁଠୁ ଆଣିଲେ ଟଙ୍କା ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। ମହିଳା ଜଣକ ଜେଲ ଯିବା ପୂର୍ବରୁ ପିନ୍ଧିଥିବା ସୁନା ଜେଲ ଅଧୀକ୍ଷକ ପାଖରେ ଜିମା ଦେଇଥିଲେ। ସୁନା ଫେରି ନପାଇବାରୁ ଚୌଦ୍ବାର ଥାନାରେ ଦ୍ବାରସ୍ଥ ହୋଇଥିଲେ ମହିଳା ଜଣକ।
ସୂଚନାଥାଉ କି, ମାହାଙ୍ଗା ଶୁକ୍ଳେଶ୍ବର ଅଞ୍ଚଳର ସମ୍ପୃକ୍ତ ମହିଳା କୌଣସି ଏକ ମାମଲାରେ ଗିରଫ ହୋଇ ୨୦୨୫ ସେପ୍ଟେମ୍ବର ୨୩ ତାରିଖରେ ଚୌଦ୍ୱାର ମଣ୍ଡଳ କାରାଗାର ଆସିଥିଲେ। ସେହି ବର୍ଷ ଡିସେମ୍ବର ୨୩ ତାରିଖରେ ସେ ଜେଲରୁ ମୁକୁଳିଥିଲେ। ଜେଲ ନିୟମ ମୁତାବକ କୌଣସି ଅଭିଯୁକ୍ତ ଜେଲ ଆସିଲେ ତାଙ୍କ ପାଖରେ ଥିବା ସୁନା, ରୁପା ଅଳଙ୍କାର ଓ ଟଙ୍କା ଆଦି ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବାକୁ ପଡ଼ିଥାଏ। ଜାମିନ ପାଇବା ପରେ ସେସବୁକୁ ତାଙ୍କୁ ଫେରସ୍ତ ଦିଆଯାଇଥାଏ। ସମ୍ପୃକ୍ତ ମହିଳା ଅଭିଯୋଗ କରିଛନ୍ତି ଯେ, ଜେଲକୁ ଆସିବା ଦିନ ସେ ପିନ୍ଧିଥିବା ୬ଗ୍ରାମ ଓଜନର ସୁନା କାନଫୁଲ, ୫ ଗ୍ରାମ ଓଜନର ଏକ ସୁନା ମୁଦି ଏବଂ ନାକ ଗୁଣା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଥିଲେ।
ମୁକୁଳିବା ଦିନ ତାଙ୍କୁ ତାଙ୍କର ଗହଣା ଫେରସ୍ତ ଦିଆଯାଇନଥିଲା। ବହୁବାର ସେ ଜେଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରି ଗହଣା ନ ପାଇବାରୁ ଚୌଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମହିଳା ଜଣକ । ଅଭିଯୋଗ ପରେ ଚୌଦ୍ୱାର ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା।

ad-week
Leave A Reply

Your email address will not be published.