ଦ୍ବାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ

add-all

ଭୁବନେଶ୍ୱର  : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପରିଚାଳିତ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା-୨୦୨୬ ଆଜି ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଅଂଶ ନେଉଛନ୍ତି।  ଆଜି ସକାଳଠାରୁ ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣ ଏକ ଭିନ୍ନ ରୂପ ଧାରଣ କରିଛି। ଛାତ୍ରୀମାନେ ହାତରେ ଆଡ଼ମିଟ କାର୍ଡ ଓ ଷ୍ଟେସନାରୀ ନେଇ ଧୀରେ ଧୀରେ ପରୀକ୍ଷା ହଲ ଆଡ଼କୁ ଆଗେଇ ଯାଉଥିବାର ଦୃଶ୍ୟ ନଜରରେ ପଡ଼ିଥିଲା । ଅଭିଭାବକମାନେ ତାଙ୍କ ସନ୍ତାନଙ୍କୁ ପ୍ରୋତ୍ସାହିତ କରି ବିଦ୍ୟାଳୟ ଦ୍ୱାର ପର୍ଯ୍ୟନ୍ତ ଛାଡ଼ି ଯାଉଥିଲେ। ବିଦ୍ୟାଳୟ ଦ୍ୱାର ବାହାରେ ଅଭିଭାବକମାନଙ୍କ ଭିଡ଼ ଜମି ଉଠିଥିଲା।

ଦୀର୍ଘ ଦିନ ଧରି ପରିଶ୍ରମ ଓ ଅଧ୍ୟବସାୟ ସହ ପ୍ରସ୍ତୁତ ହୋଇ ଆସୁଥିବା ଛାତ୍ରଛାତ୍ରୀମାନଙ୍କ ମୁଖମଣ୍ଡଳରେ ଆଜି ଆତ୍ମବିଶ୍ୱାସ ଓ ଉତ୍ସାହ ସ୍ପଷ୍ଟ ଦେଖାଯାଉଥିଲା। ଅନ୍ୟ ଏକ ବର୍ଷ ଧରି ଚାଲିଥିବା ଅକ୍ଳାନ୍ତ ପ୍ରସ୍ତୁତି ଆଜି ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଉପରେ ଆସି ପହଞ୍ଚିଛି। ଅନେକ ପିଲା ସ୍ୱୀକାର କଲେ ଯେ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେଉଛି ସେମାନଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଏବଂ ସେମାନେ ଏହି ପ୍ରତ୍ୟାହ୍ୱାନ ସ୍ୱୀକାର କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। 

ପରୀକ୍ଷା ସୁଷ୍ଠୁ ଓ ନିର୍ବିଘ୍ନରେ ସଂପନ୍ନ ହେବା ପାଇଁ ବିଦ୍ୟାଳୟ ପ୍ରଶାସନ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପ୍ରତ୍ୟେକ ପରୀକ୍ଷା ହଲରେ ସିସିଟିଭି କ୍ୟାମେରା ଲଗାଯାଇଛି। ନକଲ ପ୍ରତିରୋଧ ପାଇଁ ଉଡ଼ନ ଦଳ ମୁତୟନ କରାଯାଇଛି।  

ad-week
Leave A Reply

Your email address will not be published.