ପ୍ରତିବନ୍ଧକ ସତ୍ତ୍ବେ ସରକାରୀ ଜାଗାରୁ ବେଆଇନ ମୁରୁମ ଚୋରା ଚାଲାଣ

add-all

କୋରାପୁଟ /କୋଟପାଡ଼ : ଛତିଶଗଡ ସୀମାନ୍ତବର୍ତ୍ତୀ କୋଟପାଡ଼ ତହସିଲ ଅନ୍ତର୍ଗତ ଚାନ୍ଦିଲି -ଧନପୁଞ୍ଜି ସୀମାରେ ମୁରୁମ ଖୋଳିବାକୁ ବାରଣ କରାଯାଇଛି l ହେଲେ ଇସ୍ପାତ ଓ ଖଣିଜ ବିଭାଗ, ଓଡିଶା ସରକାରଙ୍କ ବାରଣ ସତ୍ୱେ ଏଠାରେ ମୁରୁମ ଚୋରା ଚାଲାଣ କରାଯାଉ ଥିବା ଅଭିଯୋଗ ହେଉଛି l ହେଲେ ଏଠାରେ କୌଣସି ପ୍ରକାର ରୋକଠୋକ ନାହିଁ l ଦୈନିକ ଟିପ୍ପର ଏବଂ ହାଇୱା ଯୋଗେ ସନ୍ଧ୍ୟା ସମୟରୁ ସୀମାନ୍ତବର୍ତ୍ତୀ ରାଜ୍ୟ ଏବଂ ଅନେକ ଅଞ୍ଚଳରେ ଚୋରା ଚାଲାଣ ହେଉଥିବା ଜଣାପଡିଛି l ସ୍ଥାନୀୟ ଲୋକେ ଅସାଧୁ ମାଫିଆ ମାନଙ୍କ ଭୟରେ ବାରଣ କରିପାରୁନ ଥିବା ଜଣାପଡିଛି l ବାରମ୍ବାର ଖଣିଜ ଅଧିକାରୀ, ରାଜସ୍ବ ଅଧିକାରୀଙ୍କୁ ବେଆଇନ ମୁରୁମ ଚୋରା ଚାଲାଣ ବିଷୟରେ ଅବଗତ କରାଯାଉଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁନାହାନ୍ତି l
ଏ ସମ୍ପର୍କରେ କୋଟପାଡ଼ରେ ପଦସ୍ଥ କନିଷ୍ଠ ଖଣିଜ ଅଧିକାରୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲା l ସେ ଏ ବିଷୟରେ କିଛି ଜାଣି ନ ଥିବା କହିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ପଚାରନ୍ତୁ ବୋଲି କହିଛନ୍ତି l
ଏଠାରେ ବିଭୀଗୀୟ କର୍ତୃପକ୍ଷ ଏବଂ ମୁରୁମ ମାଫିଆଙ୍କ ମଧ୍ୟରେ ଷlଣ୍ଠଗାଣ୍ଠ ଥିଲା ଭଳି ସନ୍ଦେହ ଜାତ ହେଉଛି l ଶୀଘ୍ର ଜ଼ିଲ୍ଲା କର୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେଇ ମୁରୁମ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି l

Leave A Reply

Your email address will not be published.