ମାତୃଭାଷାର ପ୍ରତୁଳ ବ୍ୟବହାର ଓ ବିକାଶ ପ୍ରୟାସ ମଧ୍ୟରେ ଜାତି-ପ୍ରଗତି ସଙ୍ଗୋପିତ : ମହାସଂଘ

add-all

ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ପକ୍ଷରୁ ବାଲାଜୀ ପେଣ୍ଠ ସାହି ସ୍ଥିତ ମହାସଂଘ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ କଳାକାର ନୀଳାମ୍ବର ସାହୁ, ତବଲା ବାଦକ ସୁମତି ସାହୁ, ଲୋକ ନାଟକ କଳାକାର ଦୀନବନ୍ଧୁ ପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ନିଜ ନିଜ ମାତୃଭାଷାର ପ୍ରତୁଳ ବ୍ୟବହାର ଓ ତାହାର ପ୍ରସାର ମଧ୍ୟରେ ଜାତୀୟ ପ୍ରଗତି ସଙ୍ଗୋପିତ ହେତୁ କଳାକାର ସମାଜ ନିଜର ନୈତିକ ମୂଲ୍ୟବୋଧ ଭିତ୍ତିରେ ତାହା ସମ୍ପାଦନ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ କାର୍ଯ୍ୟକାରୀ ସଭାପତି ବରିଷ୍ଠ ଶିଶୁ ସାହିତ୍ୟିକ ଡଃ. ବିଜୟ ଚନ୍ଦ୍ର ମହାରଣା ଭିଡିଓ କନଫରେନ୍ସ ଯୋଗେ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଥିଲେ। ଉପମାହସଚିବ ପ୍ରଦୀପ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସର୍ବଶ୍ରୀ ଶିବରାମ ସାବତ, ଜି. କାମରାଜୁ ପାତ୍ର, ଟୁଟୁ ସାହୁ, ଈଶ୍ବର ଗୌଡ଼, ତବତ ସାହୁ, କେଶବ ସିଅ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.