ବୃତ୍ତି ଟିକସ ଉଚ୍ଛେଦକୁ ଶିଳ୍ପସଂଘର ସ୍ବାଗତ

add-all

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍‌ରେ ବୃତ୍ତି ଟିକସକୁ ଉଚ୍ଛେଦ କରିଛନ୍ତି। ସେହି ନିଷ୍ପତ୍ତିିକୁ ଶିଳ୍ପ ସଂଘ ଓସ୍‌ମି ପକ୍ଷରୁ ସ୍ବାଗତ କରାଯାଇଛି। ଓସ୍‌ମି ପକ୍ଷରୁ କୁହାଯାଇଛି ଯେ ଏହି ଟିକସ ଉଚ୍ଛେଦ କରିବାକୁ ଆମେ ବହୁଦିନରୁ ଦାବି କରିଆସୁଥିଲୁ। ଟିକସ ଉଚ୍ଛେଦ କରାଯାଇଥିବାରୁ ତାହା ରାଜ୍ୟର କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ନିୟମ ପାଳନ ଚାପ ଓ ଟିକସ ବୋଝକୁ ହାଲୁକା କରିବ। ଉଲ୍ଲେଖଯୋଗ୍ୟ, ବୃତ୍ତି ଟିକସ ବ୍ୟବସ୍ଥାରେ ପେସାଦାରମାନଙ୍କଠାରୁ ବର୍ଷକୁ ୨୫୦୦ ଟଙ୍କାର ଟିକସ ସଂଗ୍ରହ କରାଯାଉଥିଲା। ସେହି ଟିକସ କମ୍ପାନି ଓ ବୃତ୍ତିଧାରୀମାନଙ୍କ ଉପରେ ଏକ ପ୍ରକାର ଚାପ ଥିଲା। ଉକ୍ତ ଟିକସକୁ ଉଚ୍ଛେଦ କରିବାକୁ ବିଭିନ୍ନ ସଂଘ ଓ ସଂଗଠନ ସରକାରଙ୍କ ନିକଟରେ ଦାବି କରୁଥିଲେ। ତେବେ ଏହି ଟିକସ ଉଚ୍ଛେଦ କରାଯାଇଥିବାରୁ ସରକାର ୩୨୦ କୋଟି ଟଙ୍କାର ରାଜସ୍ବ ହରାଇବେ ବୋଲି ବଜେଟ୍‌ରେ କୁହାଯାଇଛି।

ad-week
Leave A Reply

Your email address will not be published.