ପୁଣି ବଢିଲା ସୁନା ଓ ରୂପା ଦର

newyr25

ନୂଆଦିଲ୍ଲୀ: ଗ୍ରାହକଙ୍କ ମୁଣ୍ଡରେ ପୁଣି ଚଡକ । ପୁଣି ବଢିଲା ସୁନା ଦର । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୧୯୧୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୫୯ହଜାର ୪୩୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୭ହଜାର ୫୨୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୧୭୫୦ ଟଙ୍କା ବୃଦ୍ଧି ହୋଇଛି । ୨୨କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପିଛା ୧ଲକ୍ଷ ୪୬ହଜାର ୧୫୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୪ହଜାର ୪୦୦ଟଙ୍କା ରହିଥିଲା ।
ଅନ୍ୟପଟେ ରୂପା ଦର ମଧ୍ୟ ବୃଦ୍ଧି ପାଇଛି । ରୂପା ଦର ୫ହଜାର ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ୍‌ ପିଛା ୨ଲକ୍ଷ ୭୫ ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୭୦ହଜାର ଟଙ୍କା ରହିଥିଲା । ବାରମ୍ବାର ସୁନାର ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାରର ଲୋକମାନେ ଝିଅ ଓ ପୁଅ ବାହାଘରରେ ସୁନା କିଣିବାକୁ ଡରିଲେଣି । କାରଣ ହୁହୁ ହୋଇ ବଢୁଥିବା ଦର ସେମାନଙ୍କ ପକେଟକୁ ବେସ୍‌ ବାଧୁଛି ।

Leave A Reply

Your email address will not be published.