କେନ୍ଦ୍ରାପଡା ଦୁଷ୍କର୍ମ ଘଟଣା : ପୀଡିତାଙ୍କୁ ପଚରାଉଚରା ପରେ ତଦନ୍ତ

newyr25

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ଚାଞ୍ଚଲ୍ୟ। ଘରୋଇ ବିଦ୍ୟାଳୟରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଗତ ଦୁଇବର୍ଷ ଧରି ଚାରିଜଣ ଶିକ୍ଷକ ଅସଦାଚରଣ କରୁଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ହେଲ୍ପଲାଇନ ନମ୍ବରରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଚାଇଲ୍ଡ ୱେଲଫେୟାର କମିଟିର ଚାରିଜଣିଆ ଟିମ ପୀଡିତା ଛାତ୍ରୀଙ୍କୁ ପଚରାଉଚରା କରିବା ପରେ ଘଟଣା ଘଟିଥିବା ବିଦ୍ୟାଳୟରେ ତଦନ୍ତ କରିଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ କହିବା ମୁତାବକ କେନ୍ଦ୍ରାପଡା ରାଜକନିକା ଥାନା ଅନ୍ତର୍ଗତ ଏହି ଘଟଣା ତଦନ୍ତ ପରିସରଭୁକ୍ତ ଅଛି। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା,ଶିଶୁ ସୁରକ୍ଷା କମିଟି ସଦସ୍ୟ,ଶିଶୁ ସୁରକ୍ଷା ହେଲ୍ପଲାଇନ ସଦସ୍ୟ ଏହାର ତଦନ୍ତ କରିଛନ୍ତି। ତଦନ୍ତ ରିପୋର୍ଟ ଯାହା ଆସିବ ସେ ସମ୍ପର୍କରେ ଆମେ ଉପରିସ୍ଥ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆମକୁ ଏ ସମ୍ପର୍କରେ ପ୍ରଥମେ ୧୦୯୮ ନମ୍ବରରେ କଲ ଆସିଥିଲା । ଏବଂ ଆମେ କଲ ବ୍ୟାକ କରିବା ପରେ ଏହି ଘଟଣା ସମ୍ପର୍କରେ ଜଣାପଡିଲା । ଓ ହ୍ଵାଟ୍ସଆପ ମାଧ୍ୟମରେ ଆମକୁ ଲିଖିତ ଅଭିଯୋଗ କରିବା ପରେ ଆମେ ପରଦିନ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଯେଉଁ ପଦକ୍ଷେପ ନେଲେ ପିଡ଼ିତା ନ୍ୟାୟ ପାଇବ,ବିଭିନ୍ନ ଦିଗରୁ ଏହି ଅଭିଯୋଗର ସତ୍ୟତା କେତେ ଅଛି ସେନେଇ ତର୍ଜ୍ଜମା କରି ରିପୋର୍ଟ ପ୍ରସ୍ତୁତ କରୁଛୁ। ଆମର ଚାରିଜଣିଆ ଟିମ ଘଟଣାସ୍ଥଳକୁ ଯାଇ ବିଦ୍ୟାଳୟକୁ ମଧ୍ୟ ଯାଇଛନ୍ତି। ତଦନ୍ତ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଭୟ ବିଭାଗ ଦ୍ଵାରା ମିଳିତ ତଦନ୍ତ କରାଯାଇ ଯାହା ରିପୋର୍ଟ ଆସିବ ସେନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ପରିବାର ପକ୍ଷରୁ ଏତଲା ଦିଆଯାଇନାହିଁ। ଏ ଘଟଣା ସମ୍ପର୍କରେ ପ୍ରତ୍ୟେକ ନାଗରିକ ଏତଲା ଦେଇପାରିବେ। ସିଡବ୍ଲୁସି ମଧ୍ୟ ନିଜଆଡୁ ମାମଲା କରିପାରିବ।

Leave A Reply

Your email address will not be published.