
ଭୁବନେଶ୍ଵର : ଝାରସୁଗୁଡ଼ାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପ୍ରାଣହାନି ଘଟଣା ଦୁଃଖପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହାନଚରଣ ମାଝୀ । ସେ ତାଙ୍କ ଟ୍ବିଟରରେ ହ୍ୟାଣ୍ତଲେରେ ଉଲ୍ଲେଖ କରିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ।
ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ପୋଲିସ କର୍ମଚାରୀଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଝାରସୁଗୁଡ଼ାରେ ଘଟିଥିବା ଦୁଃଖଦ ସଡ଼କ ଦୁର୍ଘଟଣାରେ ୫ ଜଣ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ପ୍ରାଣହାନି ଘଟଣା ଅତ୍ୟନ୍ତ ଦୁଃଖଦାୟକ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ପ୍ରାଣ ହରାଇଥିବା ପ୍ରତ୍ୟେକ ପୋଲିସ କର୍ମଚାରୀଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ଅର୍ଥ ପ୍ରଦାନ ଲାଗି ଘୋଷଣା କରାଯାଇଛି |
ସୂଚନାଯୋଗ୍ୟ ଏକ ବାହାଘର ଭୋଜି ଖାଇ ଭୋରରୁ ଫେରୁଥିବା ବେଳେ ଟ୍ରେଲର ଏବଂ ପୁଲିସ ବୋଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୫ ଜଣ ପୁଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲାରେ।
ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ରେଙ୍ଗାଲି କୁ ଏକ କନଷ୍ଟେବଳଙ୍କ ବାହାଘରର ଭୋଜିକୁ ରିଜଭ ପୁଲିସର ୮ ଜଣ ପୁଲିସ ଅଧିକାରୀ ଯାଇଥିଲେ। ଭୋରରୁ ଭୋଜି ଖାଇ ଫେରୁଥିବା ସମୟରେ ଏଚ କଟାପାଲି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରେଲର ସାମ୍ନା ପଟରୁ ପୁଲିସ ବୋଲେରୋ କୁ ଧକ୍କା ଦେଇଥିଲା।