କଂଗ୍ରେସ ପକ୍ଷରୁ ଗଞ୍ଜାମ ଜିଲ୍ଲା ମନରେଗା ଜିଲ୍ଲା ସଂଯୋଜକ ନିଯୁକ୍ତ ହେଲେ ମନରଞ୍ଜନ ପଣ୍ଡା

add-all

ବ୍ରହ୍ମପୁର: ଏମଜି ନରେଗା ଯୋଜନା ରୁ ମହାତ୍ମାଗାନ୍ଧୀ ଙ୍କ ନାମ ବାଦ ପଡିବା ନିଷ୍ପତ୍ତି ବିରୋଧରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଚରଣ ଦାସ ପୂର୍ବତନ ମନ୍ତ୍ରୀ ଶରତ ରାଉତଙ୍କ ଅଧକ୍ଷତା ଗଠିତ ପ୍ରଦେଶ କଂଗ୍ରେସ ଏମଜି ନରେଗା କମିଟିରେ ରାଜ୍ୟରେ ୩୫ ଗୋଟି ଜିଲ୍ଲା ସ୍ତରୀୟ ସଂଯୋଜକ ନିଯୁକ୍ତି କରିଛନ୍ତି। ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାର ପଶ୍ଚିମରୁ ଆସିକାର ବରିଷ୍ଠ ନେତା ମନୋରଞ୍ଜ ପଣ୍ଡା ଙ୍କୁ ନିଯୁକ୍ତି କରାଯାଇଛି। ଏହି ସଂଯୋଜକ ମାନେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିବାଦ ସଭା ଓ ଜନସଚେତନତା କାର୍ଯ୍ୟକ୍ରମ କରିବେ ବୋଲି ପ୍ରଦେଶ କଂଗ୍ରେସ ପକ୍ଷରୁ କୁହାଯାଇଛି।ମନୋରଞ୍ଜନ ପଣ୍ଡା ଦୀର୍ଘ ବର୍ଷ ହେଲା କଂଗ୍ରେସ ଦଳ ସହିତ ରହିଆସିଛନ୍ତି।

ad-week
Leave A Reply

Your email address will not be published.