ଆସିକା ରେ ମାଫିଆ ମାନେ ସକ୍ରିୟ : ଲିଜ ସରିଥିବା ପଥର କୁଆଁରୀ ପ୍ରଶାସନ ର ଜ୍ଞାତ ସାରରେ ଖୁଲାମ ଖୁଲା ଲୁଟ ଚାଲିଛି…!
ରାଜସ୍ବ ବିଭାଗ ଓ ଖଣି ବିଭାଗ ଚେଇଁ ଶୋଇଛି…..!


ସରକାର ରାଜସ୍ୱ ହରାଉଥିବା ବେଳେ ବାବୁ ମାନଙ୍କ ରାଜସ୍ବ ବଢ଼ିବାରେ ଲାଗିଛି ….!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅଞ୍ଚଳ ରେ ମୋରମ ଓ ଲିଜ ସରିଥିବା କୁଆଁରୀ ରୁ ପଥର ଅବାଧ ରେ ଲୁଟ ହେଉଛି।ଆସିକା ତହସିଲ ଅଞ୍ଚଳରେ ଥିବା ଅଧିକାଂଶ ପଥର କୁଆଁରୀ ର ଦୀର୍ଘ ଦିନ ହେଲା ଲିଜ ସରିଯାଇଛି। ଦୀର୍ଘ ମାସ ହେଲା ଲିଜ ହୋଇନଥିବା ପଥର କୁଆଁରୀ ରୁ ରାଜସ୍ବ ନିରୀକ୍ଷକ ଓ ଅତିରିକ୍ତ ରାଜସ୍ବ ଅଧିକାରୀ ମାନଙ୍କ ପୁଷ ମାସ ପାଲଟିଥିବା ଚର୍ଚ୍ଚା ହେଉଛି। ଲିଜ ସରିଥିବା ପଥର କୁଆଁରୀ ଓ ମୋରମ ଅବାଧ ରେ ଲୁଟ ପାଇଁ ରାଜସ୍ବ ବିଭାଗ ଗ୍ରୀନ ସିଗଲନାଲ ମାଫିଆ ମାନଙ୍କୁ ଦେଇଥିବା ଆଲୋଚନା ହେଉଛି। ସୂଚନା ଥାଉକି ଖଣି ବିଭାଗ ନାମକୁ ମାତ୍ର ଜିଲ୍ଲା ରେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଥିବା ବେଳେ ବାବୁ ମାନେ ମାଲା ମାଲ ହେଉଛନ୍ତି। ମୋରମ ଓ ପଥର ମାଫିଆ ମାନେ ଜେସିବି ସାହାଯ୍ୟ ରେ ଅବାଧ ରେ ରାତ୍ର ସମୟରେ ମୋରମ ଓ ପଥର ଲୁଟୁଛନ୍ତି। ପ୍ରଶାସନ ସବୁ ଜାଣି ଚୁପ କାରଣ ଖୋଦ ଖଣି ମନ୍ତ୍ରୀଙ୍କ ଏଜେଣ୍ଟ ରୂପେ ଖଣି ବିଭାଗ ଜିଲ୍ଲାରେ କାମ କରୁଛି ବୋଲି ଖଟି ରେ ଚର୍ଚ୍ଚା ହେଉଛି l କୋଟି କୋଟି ଟଙ୍କାର ରାଜସ୍ବ ଲୁଟ ହେଉଛି ତଥାପି ସରକାର ଚୁପ ପ୍ରଶାସନ ବାବୁ ମାନେ ଜଣେ ଜଣେ କୁବେର ପାଲୋଟି ଗଲେଣି ବୋଲି ସାଧାରଣ ରେ ଚର୍ଚ୍ଚା l କାରଣ କଥାରେ ଅଛି ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ ନ୍ୟାୟ..!
