ନଳବଣ୍ଟାରେ ନାମକୁ ମାତ୍ର ପୋଲିସ ଜବତ କଲା ବାଣ…

ବାଣ ବେପାରୀ ଙ୍କ ସହିତ ପୋଲିସ ର ମଧୁଚନ୍ଦ୍ରିକା…

puja26


ବ୍ରହ୍ମପୁର : ଗଞ୍ଜାମ ଆରକ୍ଷୀ ଅଧିକାରୀ ନିର୍ଦେଶ କ୍ରମେ ଆସିକା ଥାନା ପକ୍ଷରୁ ନଳବଣ୍ଟା ଗ୍ରାମରୁ ବେଆଇନ ବାଣ ଜବତ କରିବା ସହ ଜଣକୁ ପୋଲିସ ଗିରଫ କରିଛି। ପ୍ରକାଶ ଥାଉକି ଆସିକା ପୋଲିସର ପେଟ୍ରୋଲିଙ୍ଗ ସମୟରେ ନଳବଣ୍ଟା ଗ୍ରାମରେ ସୁରତ ପ୍ରଧାନ ନାମକ ଜଣେ ବ୍ୟକ୍ତି ବେଆଇନ ବାଣ ଗଛିତ ରଖିଥିବା ଖବର ପାଇ ଆସିକା ପୋଲିସ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ରେ ପୋଲିସ ସୁରତ ପ୍ରଧାନ କୁ ଗିରଫ କରିଛି।ପୋଲିସ ଜବତ କରିଥିବାର ବାଣର ଅନୁମାନିକ ମୂଲ୍ୟ ପ୍ରାୟ ୫୦ ହଜାର ହେବ। ପ୍ରକାଶ ଥାଉକି ନିକଟରେ ସୁପ୍ରିମ କୋର୍ଟ ସାରା ଭାରତ ବର୍ଷରେ କୌଣସି ସ୍ଥାନରେ ବେଆଇନ ବାଣ ପ୍ରସ୍ତୁତି କରିବା କିମ୍ବା ଫୁଟାଇବା ଉପରେ ସ୍ୱତନ୍ତ୍ର ଆଦେଶ ଦେଇଛନ୍ତି। ଏତିକିବେଳେ ଦୀର୍ଘ ବର୍ଷ ଧରି ନଳ ବଣ୍ଟା ଗ୍ରାମରେ ବେନିୟମ ଭବେ ଲକ୍ଷ ଲକ୍ଷ ଟଙ୍କାର ବାଣ ପ୍ରସ୍ତୁତି ହୋଇ ବିକ୍ରି କରାଯାଉଛି। ଏହି ବାଣ ତିଆରି ପାଇଁ ପଡୋଶୀ ଆନ୍ଧ୍ର ପ୍ରଦେଶ କଲିକତା ଓ ରାୟପୁରରୁ ବାଣ ତିଆରି ପାଇଁ ବିସ୍ପୋରକ,ଗନ ପାଉଡର, ଲୁହା, କପର, ସିଲଭର, କଲର, କେମିକଲ, ପଟାସ, କ୍ଷାର ଆଣି ଜନବସତି ଅଞ୍ଚଳ ମଧ୍ୟରେ ଲୁଚାଇ ରଖି ପ୍ରତିଦିନ ନଳବଣ୍ଟାର ବିଭିନ୍ନ ସାହିରେ ଘରେ ଘରେ ବହୁ ପରିବାର କୁ ନିୟୋଜିତ କରି ବାଣ ତିଆରି କରୁଛନ୍ତି।

( ଚଢ଼ାଉ କେବେଳ ଧର୍ମକୁ ଆଖିଠାର )

ନିକଟରେ ଦୀପାବଳି ଥିବା ଯୋଗୁଁ ଏହି ଗ୍ରାମରୁ ଜିଲ୍ଲା ତଥା ଜିଲ୍ଲା ବାହାରକୁ ପ୍ରତିଦିନ ଗାଡି ଗାଡି ଅବାଧରେ ବାଣ ବିକ୍ରି ହେବାକୁ ଯାଉଛି। କିଛି ମାସ ତଳେ ବୌଦ ଜିଲ୍ଲାର ଜିଆଁକଟା ବେନିୟମ ବାଣ ବିସ୍ପୋରଣରେ ମୃତ୍ୟୁ ଘଟିବା ପରେ ପ୍ରଶାସନ ର ଚେତା ପଶିଥିଲା। ଏହାକୁ ଭିତ୍ତିକରି ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, ଛତ୍ରପୁର,ପାତ୍ରପୁର, ଦିଗପହଣ୍ଡି, ଆଙ୍କୁଶପୁର ଆଦି ଅଞ୍ଚଳରେ ରାତାରାତି ନାମକୁ ମାତ୍ର ପୋଲିସ ବାଣ ଜବତ କରି ବାଃ ବାଃ ନେଉଥିବା ବେଳେ ଅନୁରୂପ ବହୁ ବିଳମ୍ବରେ ଆସିକା ପୋଲିସ ନାମକୁ ମାତ୍ର ବାଣ ଧରି ତା କାର୍ଯ୍ୟ ସାରିଦେଇଛି। ଚଳିତ ବର୍ଷ ପୋଲିସ ପ୍ରାୟ ତିନି ରୁ ଚାରି ଥର ବାଣ ଜବତ କଲାଣି କିନ୍ତୁ ବେଆଇନ ବାଣ ନିର୍ମାଣ ବନ୍ଦ ପରିବର୍ତ୍ତେ ଆହୁରି ବଢିଛି। ଆଜିକାର ଏହି ଜବତ ରୁ ଅନୁମାନ ଯେ ଯଦି ଗୋଟିଏ ବ୍ୟବସାୟୀ ଠାରୁ ପୋଲିସ ଏତେ ପରିମଣାର ବାଣ ଜବତ କରିଛି ତେବେ କେତେ ଲକ୍ଷ ଲକ୍ଷ ଟଙ୍କାର ବାଣ ଆସିକା ନଳବଣ୍ଟା ରେ ଗଛିତ ଅଛି?ବର୍ଷ ତମାମ ଲକ୍ଷ ଲକ୍ଷ ଟଙ୍କାର ବେନିୟମ ବାଣ ତିଆରି ବେଳେ ଅନେକ ଥର ବାଣ ବିସ୍ପୋରଣ ହୋଇ ୨୨ ଲୋକଙ୍କ ମୃତ୍ୟୁ ହୋଇ ଘର ପୋଡି ଜୀବ ଜନ୍ତୁ ମୃତ୍ୟୁ ପରେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅହେତୁକ ଅନୁକମ୍ପା ଯୋଗୁଁ ଗାଁରେ ବେନିୟମ ବାଣ କାରଖାନା ଚାଲିଛି।

ad-week
Leave A Reply

Your email address will not be published.