
ସୁବର୍ଣ୍ଣପୁର : ନବ ବଧୂ ଅପହରଣର ନୂଆ ମୋଡ଼ । ଫିଲ୍ମ ଷ୍ଟାଇଲରେ ନବ ବଧୂକୁ ଅଧବାଟରୁ ଉଠାଇ ନେଇଥିବା ପ୍ରେମିକ ଘଟଣାରେ ଟ୍ବିଷ୍ଟ । ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର । ନିଜେ ପ୍ରେମିକକୁ ଡାକି ତାସହ ଫେରାର ମାରିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ପୂର୍ବ ସମ୍ପର୍କକୁ କେନ୍ଦ୍ରକରି ଏଭଳି ଷଡ଼ଯନ୍ତ୍ର କରିଥିବା ପୋଲିସ କହିଛି । ୨୧ ତାରିଖ ରାତିରେ ବଲାଙ୍ଗିର ସହର କାମାକ୍ଷୀ ନଗରରୁ ରିଙ୍କୁ ପୁଟେଲ ବର ବେଶରେ ବାହାରି ବୈାଦ୍ଧ ଜିଲ୍ଲା କଂଟାମାଲ ଥାନା ବନ୍ଧପାଲି ସ୍ଥିତ ରଶ୍ମିଙ୍କ ସହିତ ବୈଦିକ ରୀତୀ ନୀତୀରେ ବାହାଘର ସଂମ୍ପର୍ଣ୍ଣ ହୋଇଥିଲା । ଅଗ୍ନୀକୁ ସାଖୀ ରଖି ବିବାହ ହେବାପରେ ହାତଗଣ୍ଠି ପଡ଼ିଥିଲା ।
ଝିଅ ବିଦାୟୀ ହେଲା ବେଳକୁ ହସଖୁସୀରେ ଘରକୁ ନେଇଆସୁଥିଲେ ବର । ଠିକ ଆସିବା ବାଟରେ ତରଭା ଥାନା ନୂଆଁ ବନ୍ଧ ନିକଟରେ ନବ ବିବାହିତା କନ୍ୟାର ପୂର୍ବତନ ପ୍ରେମିକା ଏକ ଧଳାରଂଙ୍ଗର ବ୍ରିଜା ମାରୁତି ଗାଡିରେ ପହଂଚି ସେଠାରେ ତାଙ୍କୁ ଅଟକାଇ ଥିଲା । ହଠାତ ବରମୁଣ୍ଡରେ ବନ୍ଦୁକ ରଖି କନ୍ୟାକୁ ଟାଣିନେଇ ନିଜ କାର ଭିତରେ ବସାଇ ଚମ୍ପଟ ମାରିଥିଲା । ଶିଶୁପାଳ ବର ରିଙ୍କୁ ଏନେଇ ତରଭା ଥାନାର ଦ୍ଵାରସ୍ଥ ହୋଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଉଭୟେ ନିଜ ଇଚ୍ଛାରେ ପଳାଇଯାଇଥିବାର ବାହାନା କରିଛନ୍ତି । ନବ ବଧୁ ହିଁ ଫେରାର ହେବାର ମାଷ୍ଟରମାଇଣ୍ଡ ବୋଲି ଏସପି କହିଛନ୍ତି । ଯାହା ଏବେ ସୋନପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।