କୋଟପାଡ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ…

add-all

କୋରାପୁଟ:23/02/26— କୋଟପାଡ ବ୍ଲକ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମଜାଜନ, ଏସପି ରୋହିତ ବର୍ମା,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜୟପୁର ଉପ ଜିଲ୍ଲାପାଳ ଆକବରମ ସସ୍ୟା ରେଡ୍ଡୀ ପ୍ରମୁଖଙ୍କ ଉପସ୍ଥିତିରେ ସମୁଦାୟ ୩୪ ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା। ଏଥିରେ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଭାବେ ୧୭ ଟି ଲେଖାଏଁ ଅଭିଯୋଗ ରହିଥିଲା। ଏହାକୁ ନେଇ ଜ଼ିଲ୍ଲାପାଳ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବା ସକାଶେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଉକ୍ତ ଅଭିଯୋଗ ଶୁଣାଣି ଶିବିରକୁ କୋଟପାଡ଼ ଗୋଷ୍ଠି ଉନ୍ନୟନ ଅଧିକାରୀ ସନ୍ଧ୍ୟା ସମରଥ, ଏ ଇ ଇ ସତ୍ୟନାରାୟଣ ସେଠି, ପରିଷଦ ଅଧ୍ୟକ୍ଷ ଏମ. ଶଙ୍କର ରାଓଙ୍କ ସମେତ ବ୍ଲକର ସମସ୍ତ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଅଭିଯୋଗ ଶୁଣାଣୀ ପରେ ଏସ ବି ନୂଆଗାଁର ଡଙ୍ଗରୀଗୁଡା ହସ୍ତତନ୍ତ ବୟନିକା କେନ୍ଦ୍ର ଗସ୍ତ କରି ମାଆ ତାରାତାରିଣୀ ମହିଳା ଗୋଷ୍ଠୀର ମହିଳା ମାନଙ୍କ ସହ ଆଲୋଚନା କରିଥିଲେ I

ad-week
Leave A Reply

Your email address will not be published.