ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ : କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

newyr25

ଭୁବନେଶ୍ଵର: ଓଡିଶାବାସୀଙ୍କ ଆଳୁ ଚାହିଦା ମେଣ୍ଟାଇବାରେ ୯୦ ପ୍ରତିଶତ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଆଜି ବିଧାନସଭାରେ ମନ୍ତ୍ରୀ ଦେଇଥିବା ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଆଳୁ ପିଆଜ ଉତ୍ପାଦନରେ ଓଡ଼ିଶା ବହୁ ପଛରେ ଥିବା କହିଛନ୍ତି କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ରାଜ୍ୟରେ ଉତ୍ପାଦନ କମ୍ ଆମଦାନୀ ଉପରେ ବେଶୀ ନିର୍ଭର କରୁଛି ଓଡିଶା। ଏବେବି ଦିଦି ଓ ଯୋଗୀ ଆଳୁ ଉପରେ ନିର୍ଭର କରୁଛି ଓଡିଶା। ଉତ୍ପାଦନ ଓ ଆମଦାନୀ ଭିତରେ ରହିଛି ବଡ ଗ୍ୟାପ। ବିଧାନସଭା ପ୍ରଶ୍ନୋତ୍ତରରୁ ଏଭଳି ନିରାଶାଜନକ ତଥ୍ୟ ସାମ୍ନାକୁ ଆସିଛି। ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନ ର ଉତ୍ତରରେ କୃଷି ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ଉତ୍ତର ରଖିଛନ୍ତି ।

ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ଦ୍ବାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ୨୦୨୫ ବର୍ଷରେ ରାଜ୍ୟରେ ବାର୍ଷିକ ହାରାହାରି ୧୪.୨୫ ଲକ୍ଷ ମେଟ୍ରିକଟନ୍ ଆଳୁ ଏବଂ ୩.୮୫ ଲକ୍ଷ ମେଟ୍ରିକଟନ୍ ପିଆଜର ଆବଶ୍ୟକତା ରହିଥିବା ବେଳେ ୨୦୨୪-୨୫ ବର୍ଷରେ ପ୍ରାୟ ୪.୯୦ ଲକ୍ଷ ମେଟ୍ରିକଟନ୍ ଆଳୁ ଏବଂ ୪.୪୮ ଲକ୍ଷ ମେଟ୍ରିକଟନ ପିଆଜ ଉତ୍ପାଦିତ ହୋଇଥିଲା ।

Leave A Reply

Your email address will not be published.