ବ୍ଲକ ସ୍ତରୀୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅଟଳ ଵାୟୋ ଅଭ୍ୟୁଦୟ ଯୋଜନା ଅନୁଷ୍ଠିତ…

add-all

ବୀରମିତ୍ରପୁର :ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଗଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ମହାନ ଲଙ୍କ ନିର୍ଦେଶକ୍ରମେ ଗଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମେକ୍ସୱେଲ ଟପ୍ନଙ୍କ ତତ୍ୱାବଧାନରେ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଏବଗା ଠାରେ ବ୍ଲକସ୍ଥରୀୟ ଅଟଳ ବାୟ ଅଭ୍ୟୁଦୟ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଙ୍କୁ ଦେଇ ପ୍ରବନ୍ଧ ଚିତ୍ରାଙ୍କନ ସାଧାରଣ ଜ୍ଞାନ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! ଏହି ପ୍ରତିଯୋଗିତାକୁ ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ଉଦଘାଟନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଭୋଳ ପାଠ ପଢ଼ ନିଜର ଭବିଷ୍ୟତ ଜୀବନ ଗଢିବା ସହିତ ବିଦ୍ୟାଳୟର ନାମ ଟେକ ରଖିବା ପାଇଁ ସୁପରାମର୍ଶ ଦେଇଥିଲେ ! ପରିଶେଷରେ କୃତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ! କାର୍ଯ୍ୟକ୍ରମକୁ ସୁପରିଚାଳନାରେ କ୍ଲଷ୍ଟରର ସିଆରସିସି ଶ୍ରୀ ବିକାଶ ଚନ୍ଦ୍ର ସା, ବରିଷ୍ଠ ଶିକ୍ଷୟିତ୍ରୀ ରୋଜାଲିନ ଗୁଡିଆ, ସତ୍ୟଭାମା ମିଶ୍ର, ଫିଲିସୀତା ଏକ୍କା, ଶିକ୍ଷକ ବାମଚାରଣ ସା ଓ ପ୍ରଫୁଲ କୁମାର ମିଶ୍ର ଉପସ୍ଥିତ ରହି ସହଯୋଗ କରିଥିଲେ !

ad-week
Leave A Reply

Your email address will not be published.