ଇରାନରେ ସାମରିକ ହେଲିକପ୍ଟର କ୍ରାସ୍; ୪ ମୃତ

newyr25

ତେହେରାନ୍ : ଆମେରିକା ସହିତ ଭୀଷଣ ଉତ୍ତେଜନା ମଧ୍ୟରେ ଆଜି କେନ୍ଦ୍ରୀୟ ଇରାନରେ ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣା ଇରାନର ଏକ ଫଳ ଏବଂ ପନିପରିବା ମାର୍କେଟରେ ଘଟିଛି । ଫଳରେ ଅତି କମରେ ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଇରାନର ରାଜଧାନୀ ତେହେରାନରୁ ପ୍ରାୟ ୩୩୦କିଲୋମିଟର ଦକ୍ଷିଣରେ ଇସଫାହାନ ପ୍ରଦେଶର ଡୋରଚେ ସହରରେ ଏହି ଦୁର୍ଘଟଣା ଘଟିଥିବା କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି ।

ସୂଚନାନୁଯାୟୀ, ଇରାନ ବାୟୁସେନାର ଏୟାରବେସ୍ ଇସ୍ଫାହାନ ନିକଟରେ ଅବସ୍ଥିତ । ଯାହା ଇରାନର ପ୍ରମୁଖ ପରମାଣୁ ସ୍ଥଳ । ଆମେରିକା ଜୁନ୍ ମାସରେ ଇରାନ୍-ଇସ୍ରାଏଲ ଯୁଦ୍ଧ ସମୟରେ ପରମାଣୁ ସ୍ଥଳ ଉପରେ ଆକ୍ରମଣ କରିଥିଲା । ଏହା ବ୍ୟତୀତ ଫୋର୍ଡଓ ଏବଂ ନାଟାଞ୍ଜ ପରମାଣୁ କେନ୍ଦ୍ର ଉପରେ ମଧ୍ୟ ବୋମା ମାଡ଼ କରିଥିଲା । ଏହାରି ମଧ୍ୟରେ ସାମରିକ ହେଲିକପ୍ଟରଟି ତାଲିମ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି ସରକାରୀ ଟିଭି ପକ୍ଷରୁ ସୂଚନା ମିଳିଛି । ଯେଉଁଥିରେ ପାଇଲଟଙ୍କ ସମେତ ସହ-ପାଇଲଟ୍ ମୃତ୍ୟୁବରଣ କରିଛନ୍ତି । ବଜାରରେ ତଳେ ଥିବା ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଏହା ଏକ ସପ୍ତାହରୁ କମ୍ ସମୟ ମଧ୍ୟରେ ଇରାନରେ ଦ୍ୱିତୀୟ ଦୁର୍ଘଟଣା । ଦୁର୍ଘଟଣା ସମୟର ଧୂଆଁମୟ ଫୁଟେଜ ସାମ୍ନାକୁ ଆସିଛି ।

ପୂର୍ବରୁ ପଶ୍ଚିମ ଇରାନର ହମାଦାନ ସହର ନିକଟରେ ଏକ F-4 ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି । ଯାହା ଇରାନରେ ଭୟଙ୍କର ଦୁର୍ଘଟଣାର ଇତିହାସ ରହିଛି ।

Leave A Reply

Your email address will not be published.