
ପାରାଦୀପ : ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା । ପାରାଦୀପରେ ମୃତ ମହିଳାଙ୍କ ପରିଚୟ ମିଳିଲା । ମୃତ ଯୁବତୀଙ୍କ ଘର ତିର୍ତ୍ତୋଲରେ । ଭଡ଼ାଟିଆ ଅଣଓଡ଼ିଆ ଯୁବକ ହିଁ ହତ୍ୟାକାରୀ । ଲିଫ୍ଟ ଦେବା ନାଁରେ ଯୁବତୀଙ୍କୁ ପାରାଦୀପ ନେଇ ଆସିଥିଲା ଯୁବକ। ଦୁଷ୍କର୍ମ ପରେ ୪ ମହଳା ଛାତ ଉପରୁ ଠେଲିଦେଇଥିଲା। ସିସିଟିଭି ଫୁଟେଜରୁ ମିଳିଲା ସାଂଘାତିକ ତଥ୍ୟ। ଅଭିଯୁକ୍ତକୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଗତ ୨୩ ତାରିଖରେ ତାରେଣୀଗଡ଼ାରୁ ମିଳିଥିଲା ଯୁବତୀଙ୍କ ଉଲଗ୍ନ ମୃତଦେହ । ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସାଇଣ୍ଟିଫିକ୍ ଟିମ ପହଁଚି ଛାତ ଉପରୁ ଖଇନି ଜରି, ମଶାଧୂପ, ପୋଡା ସିଗାରେଟ ସହିତ ଘରର ଗ୍ୟାସ ପାଇପରେ ଝୁଲି ରହିଥିବା ଯୁବତୀଙ୍କ ବସ୍ତ୍ର, ସିସିଟିଭି ହାର୍ଡଡିସ୍କ ଜବତ କରିଥିଲା । । ଘର ମାଲିକଙ୍କ ସମେତ ୮ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିଲା ପୋଲିସ ।