ହୋର୍ଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟଣାରେ ତାତିଲେ ଲୋକ, ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା

newyr25

ଭୁବନେଶ୍ୱର:  ଭୁବନେଶ୍ୱର ଆଇଗିଣିଆରେ ହୋର୍ଡିଂ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ  ଘଟଣାରେ ତାତିଲେ ଲୋକ । ନ୍ୟାୟ  ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକଙ୍କ ୧୬ ନମ୍ବର  ଜାତୀୟ ରାଜପଥ ଅବରୋଧ କରିଥିଲେ ।  ଫଳରେ ରାସ୍ତାର ଉଭୟ ପଟେ ଶହ ଶହ ଗାଡ଼ି ଅଟକି ରହିଥିଲା । ଖଣ୍ଡଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଛି ।

ସେପଟେ ଏହି ପ୍ରସଙ୍ଗରେ ବିଏମସି କମିଶନର ଚଞ୍ଚଳ ରଣା କହିଛନ୍ତି ଏହା ଏକ ଦୁଃଖଦ ଘଟଣା ।  ଯେଉଁ ବେଆଇନ ହୋର୍ଡିଂରୁ ଏଭଳି ଅଘଟଣ ଘଟିଲା ।  ତେଣୁ ଗତକାଲି ବିଏସି ତରଫରୁ ମଧ୍ୟ ଥାନାରେ ଲିଖିତ ଭାବରେ  ଅଭିଯୋଗ କରାଯାଇଛି ।  ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ମୃତକଙ୍କ ପରିବାର ଏବଂ ଆହତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ।  ଏହାସହ କାଳ ବୈଶାଖୀ ପାଇଁ ଏସଆରସିଙ୍କ ପକ୍ଷରୁ ମଧ୍ୟ ପାଖାପାଖି ୪ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।  ବିଏମସି ବେଆଇନ ହୋଡିଙ୍ଗ କାଟିବା ଅଭିଯାନ ଆରମ୍ଭ କରିସାରିଛି ।

Leave A Reply

Your email address will not be published.