
ନୂଆଦିଲ୍ଲୀ : ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିବାହ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇ ଏକ ସ୍ୱତନ୍ତ୍ର ଚିଠି ପଠାଇଥିଲେ। ଯାହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଚିଠିରେ ପ୍ରଧାନମନ୍ତ୍ରୀ ଦମ୍ପତି ଏବଂ ସେମାନଙ୍କ ପରିବାରକୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀ ବିଜୟ ଦେବରକୋଣ୍ଡାଙ୍କ ପିତାମାତାଙ୍କୁ ଏକ ଚିଠିରେ ସମ୍ବୋଧିତ କରିଛନ୍ତି । ସେ ଲେଖିଛନ୍ତି, “ଶ୍ରୀମତୀ ମାଧବୀ ଏବଂ ଶ୍ରୀ ଗୋବର୍ଦ୍ଧନ ରାଓ ଦେବରକୋଣ୍ଡା ୨୬ ଫେବୃଆରୀ, ୨୦୨୬ ରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ଏବଂ ରଶ୍ମିକାଙ୍କ ବିବାହ ଉତ୍ସବରେ ଆପଣଙ୍କ ନିମନ୍ତ୍ରଣ ପାଇ ମୁଁ ବହୁତ ଖୁସି । ଏହି ପବିତ୍ର ଅବସରରେ ଦେବରକୋଣ୍ଡା ଏବଂ ମନ୍ଦାନାଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ । ଏହା ବିଜୟ ଏବଂ ରଶ୍ମିକାଙ୍କ ଜୀବନରେ ଏକ ନୂତନ ଏବଂ ସୁନ୍ଦର ଅଧ୍ୟାୟର ଆରମ୍ଭ।
ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଫେବୃଆରୀ ୨୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ଏହି ଦମ୍ପତିଙ୍କ ବିବାହ ଉତ୍ସବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ବାହାଘର ଉଦୟପୁରରେ ହେବ । ଏଥିପାଇଁ ଦୁଇ ଷ୍ଟାରଙ୍କ ପରିବାର ଏବଂ ବନ୍ଧୁ, ସାଙ୍ଗମାନେ ଉଦୟପୁରରେ ପହଞ୍ଚିସାରିଛନ୍ତି ।