
ଜଳେଶ୍ବର: ଏସ ଆଇ ଆର ସର୍ଭେ ପାଂଇ ଓଡିଶା ଭିତରକୁ ପଶି ଆସିଥିବା ଦୁଇ ପଶ୍ଚିମବଙ୍ଗ ଅଧିକାରୀଙ୍କୁ ମାଡ ମାରିବା ଘଟଣା ରେ ୧୦୦ ରୁ ଉର୍ଧ୍ବ ଲୋକଙ୍କୁ ଉଠାଇ ନେଲା ଜଳେଶ୍ବର ପୋଲିସ । ଗତକାଲି ଦୁଇ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହ ରେ ଅଟକ ରଖି ମାଡ ମାରି ଥିଲେ ଗ୍ରାମବାସୀ । ଉଦ୍ଧାର କରିବାକୁ ଯାଇ ଥିବା ପୋଲିସକୁ ମଧ୍ଯ ଅଟକ ରଖିଥିଲେ ଲୋକେ । ରାଇବଣିଆ ଥାନା ରାଜନଗର ପାଟଣା ଗ୍ରାମରେ ଘଟି ଥିଲା ଅଭାକନୀୟ ଘଟଣା ।
ଏସ ଆଇ ଆର ସର୍ଭେ ପାଂଇ ଓଡିଶା ଭିତରକୁ ପଶି ଆସିଥିବା ଦୁଇ ପଶ୍ଚିମବଙ୍ଗ ଅଧିକାରୀ ଙ୍କୁ ମାଡ ମାରିବା ଘଟଣାରେ ବିଳମ୍ବିତ ରାତି ଗ୍ରାମରେ ଚଢଉ କରି ୧୦୦ ରୁ ଉର୍ଧ୍ବ ଲୋକଙ୍କୁ ଉଠାଇ ନେଇ ଅଟକ ରଖିଛି ଜଳେଶ୍ବର ପୋଲିସ । ଗତକାଲି ଏସ ଆଇ ଆର ସର୍ଭେ ପାଂଇ ଆସି ଥିବା ଦୁଇ ଅଧିକାରୀଙ୍କୁ ପିଲା ଚୋର ସନ୍ଦେହ ରେ ଅଟକ ରଖି ମାଡ ମାରି ଥିଲେ ଗ୍ରାମବାସୀ । ଉଦ୍ଧାର କରିବାକୁ ଯାଇ ଥିବା ପୋଲିସ କୁ ମଧ୍ଯ ଅଟକ ରଖି ଥିଲେ ଲୋକେ । ଯାହା କୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଆଇନ ଶୃଙ୍ଖଳା ଦୃଷ୍ଟି ରୁ ପୋଲିସ ଫୋର୍ସ ମୂତୟନ କରା ଯାଇ ଥିଲା । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ରାଜନଗର ପାଟଣା ଗ୍ରାମରେ ଗତକାଲି ଘଟି ଥିଲା ଅଭାବନୀୟ ଘଟଣା ।
ସୂଚନା ଅନୁଯାୟୀ ପଡୋଶୀ ପଶ୍ଚିମବଙ୍ଗର ଦୁଇ ଜଣ ଅଫିସର ଏସ ଆଇ ର ସର୍ଭେ କରିବା ପାଇଁ ଓଡିଶା – ପଶ୍ଚିମବଙ୍ଗ ସୀମାନ୍ତବର୍ତ୍ତୀ ରାଜନଗର ପାଟଣା ଗାଁ କୁ ଆସି ଥିଲେ । ମାତ୍ର ପିଲା ଚୋରି ସନ୍ଦେହ ରେ ୨ ଜଣ ଅଧିକାରୀ ଙ୍କୁ ଗ୍ରାମବାସୀ ମାଡ଼ ମାରି ଥିଲେ, ଏନେଇ ପଶ୍ଚିମବଙ୍ଗ ର ଅଫିସର ସ୍ଥାନୀୟ ରାଇବଣିଆ ଥାନାକୁ ଜଣାଇ ଥିଲେ । ରାଇବଣିଆ ଥାନା ଗାଡି ପହଞ୍ଚି ଲୋକଙ୍କ କବଳରୁ ଦୁଇ ଅଧିକାରୀ ଙ୍କୁ ଉଦ୍ଧାର କରିବା ସମୟରେ ଉତ୍ତ୍ୟକ୍ତ ଲୋକେ ଥାନା ଗାଡି କୁ ଅଟକ ରଖି ଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ଖବର ପାଇ ଜଳେଶ୍ବର ଏସଡିପିଓ ଏବଂ ଜଳେଶ୍ବର ତହସିଲଦାର ପହଞ୍ଚି ଦୁଇ ଅଫିସରଙ୍କୁ ଉଦ୍ଧାର କରିଥିଲେ ।