DGCAର ନୂଆ ନିୟମ, ଟିକେଟ୍ କ୍ୟାନସଲ୍ କଲେ ମିଳିବ ପୂରା ରିଫଣ୍ଡ

newyr25

ନୂଆଦିଲ୍ଲୀ : ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଟିକେଟ୍ କ୍ୟାନ୍ସଲ୍ କଲେ ମିଳିବ ପୂରା ଟଙ୍କା । DGCA ଜାରି କଲା ନୂଆ ନିୟମ । ୪୮ ଘଣ୍ଟା ମଧ୍ୟରେ ଫ୍ରି କ୍ୟାନ୍ସଲ୍ । ୭ ଦିନରେ ମିଳିବ ରିଫଣ୍ଡ୍ । ଟିକେଟ୍ ବାତିଲ୍ ପାଇଁ ଆଉ ଦେବାକୁ ପଡ଼ିବନି ଅଧିକ ଚାର୍ଜ । ଭାରତୀୟ ବିମାନ ଚଳାଚଳ ନିୟାମକ ସଂସ୍ଥା ଖୁବ୍ ଶୀଘ୍ର ନୂଆ ନିୟମ ଲାଗୁ କରିବାକୁ ଯାଉଛି । ୪୮ ଘଣ୍ଟା ‘ଲୁକ୍-ଇନ୍’ ସୁବିଧା । ଟିକେଟ୍ ବୁକ୍ କରିବାର ୪୮ ଘଣ୍ଟା ମଧ୍ୟରେ ଯଦି ଆପଣ ଟିକେଟ୍ ବାତିଲ୍ କରନ୍ତି କିମ୍ବା କିଛି ପରିବର୍ତ୍ତନ କରନ୍ତି, ତେବେ ଏଥିପାଇଁ କୌଣସି ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ । ତେବେ ଏଥିପାଇଁ କେବଳ ଯାତ୍ରା ତାରିଖର ୭-୧୫ ଦିନ ପୂର୍ବରୁ ବୁକିଂ ହୋଇଥିବା ଆବଶ୍ୟକ । କ୍ରେଡିଟ୍ କାର୍ଡରେ ଟିକେଟ୍ କରିଥିଲେ ବାତିଲ୍ ହେବାର ୭ ଦିନ ମଧ୍ୟରେ ଟଙ୍କା ଫେରିବ । ନଗଦ ଟଙ୍କା ଦେଇ ଟିକେଟ କରିଥିଲେ ବିମାନ କମ୍ପାନୀର କାଉଣ୍ଟରରୁ ତୁରନ୍ତ ଟଙ୍କା ଫେରସ୍ତ ମିଳିବ ।

ଟ୍ରାଭେଲ୍ ଏଜେଣ୍ଟଙ୍କ ଜରିଆରେ ବୁକ୍ ହୋଇଥିଲେ ୧୪ ଦିନ ମଧ୍ୟରେ ଟଙ୍କା ମିଳିବ । ଯଦିଓ ଆପଣଙ୍କ ଟିକେଟ୍ ‘ନନ୍-ରିଫଣ୍ଡେବୁଲ୍’ ହୋଇଥାଏ, ତଥାପି କମ୍ପାନୀକୁ Airport Tax, PSF, ଏବଂ UDF ଭଳି ସମସ୍ତ ସରକାରୀ ଶୁଳ୍କ ଫେରସ୍ତ କରିବାକୁ ପଡ଼ିବ । ଯଦି ଟିକେଟରେ ନାମ ଭୁଲ୍ ଥାଏ, ତେବେ ବୁକିଂର ୨୪ ଘଣ୍ଟା ମଧ୍ୟରେ ଏହାକୁ ଜଣାଇଲେ କୌଣସି ଶୁଳ୍କ ବିନା ଏହାକୁ ସୁଧାରି ଦିଆଯିବ ।  ଯଦି କୌଣସି ଯାତ୍ରୀ କିମ୍ବା ତାଙ୍କ ପରିବାର ସଦସ୍ୟ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି, ତେବେ ଡାକ୍ତରୀ ପ୍ରମାଣପତ୍ର ଦେଖାଇଲେ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ। ଏୟାରଲାଇନ୍ସଗୁଡ଼ିକ ଟିକେଟ୍ ବୁକିଂ ସମୟରେ ହିଁ କ୍ୟାନ୍ସଲେସନ୍ ପଲିସି ଏବଂ କେତେ ଟଙ୍କା ଫେରସ୍ତ ମିଳିବ, ତାହା ସ୍ପଷ୍ଟ ଭାବେ ଦର୍ଶାଇବାକୁ ବାଧ୍ୟ ।

Leave A Reply

Your email address will not be published.