ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍

newyr25

ନୂଆଦିଲ୍ଲୀ : ଏଣିକି ଫୋନରେ ସିମ୍ ନଥିଲେ ଚାଲିବନି ହ୍ବାଟ୍ସଆପ୍ । କମ୍ପ୍ୟୁଟରରେ ୬ ଘଣ୍ଟାରେ ଥରେ ହୋଇଯିବ ଲଗଆଉଟ୍ । ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବ ନୂଆ ନିୟମ‘ସିମ୍ ବାଇଣ୍ଡିଂ’ ନିୟମ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି । ସିମ୍ କାର୍ଡ ନଥିଲେ ହ୍ୱାଟସଆପ୍, ଟେଲିଗ୍ରାମ୍ ଚାଲିବନି । ସିଗନାଲ୍ , ସ୍ନାପଚାଟ୍, ସେୟାରଚାଟ୍ ଭଳି ମେସେଜିଂ ଆପ୍ କାମ କରିବନି । ସାଇବର୍ ଠକେଇ ରୋକିବାକୁ ସରକାରଙ୍କ କଠୋର ନିୟମ । ହ୍ୟାକର୍ସ କିମ୍ବା ଠକମାନେ ଅନ୍ୟ ଡିଭାଇସରେ ନମ୍ବର ବ୍ୟବହାର କରିପାରିବେନି ।

ସୂଚନା ଥାଉକି, ସିମ୍ କାର୍ଡ ବାଇଡିଂ ନିୟମ ଲାଗୁ କରିବା ପାଇଁ ରଖାଯାଇଥିବା ଫେବ୍ରୁଆରୀ ୨୮ ତାରିଖର ଡେଡ୍ ଲାଇନ ଆଉ ବଢ଼ାଯିବ ନାହିଁ ବୋଲି ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଦେଇଛନ୍ତି । ଏହି ନିୟମ ଅନୁସାରେ ମୋବାଇଲ ଫୋନ୍‌ରେ ସିମ୍ କାର୍ଡ ନଥିଲେ ହ୍ୱାଟସ୍ଆପ୍, ଟେଲିଗ୍ରାମ, ସିଗ୍ନାଲ, ସ୍ନାପଚାଟ, ସେୟାରଚାଟ୍, ଜିଓଚାଟ୍, ଅରାଟାଇ ଓ ଯୋଶ ଭଳି ମେସେଜିଂ ଆପ୍ ଆଉ କାମ କରିବ ନାହିଁ । କମ୍ପ୍ୟୁଟରରେ ଲଗିଙ୍ଗ ହ୍ୱାଟସ୍ଆପ୍ ୬ ଘଣ୍ଟା ଭିତରେ ଲଗ୍ଆଉଟ୍ ହୋଇଯିବ ।

Leave A Reply

Your email address will not be published.