ଶରଣକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିଯୁକ୍ତି ବିବାଦ : ଘଟଣାର ସମାଧାନ ନହେଲେ ବିକାଶ ମଞ୍ଚ ପକ୍ଷରୁ ଧର୍ମଘଟ ଚେତାବନୀ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲାର ସର୍ବପୁରାତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଶରଣକୁଳରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିଯୁକ୍ତିକୁ ନେଇ ବିବାଦ ସମାଧାନ ନହେଲେ ଶରଣକୁଳ ବିକାଶ ମଞ୍ଚ ପକ୍ଷରୁ ମାର୍ଚ୍ଚ ମାସ ୫ ତାରିଖ ଦିନ ୧୨ ଘଣ୍ଟିଆ ଧର୍ମଘଟ ଚେତାବନୀ ଦିଆଯାଇଛି।ଦାବି ଅନୁସାରେ ଡା.ତାପସ ରଂଜନ ସେନାପତି ଗତ ୩ବର୍ଷ ଧରି ଶରଣକୁଳ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଭାବରେ ସୁଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଲାଇବା ସହିତ ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେଇ ଆସୁଥିଲେ ।ମାତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶରଣକୁଳ ନିକଟବର୍ତ୍ତୀ ମଗରବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଇପ୍ସିତା ଦାସଙ୍କୁ ଡେପୁଟେସନରେ ଆଣି ଡାକ୍ତର ତାପସ ରଂଜନ ସେନାପତିଙ୍କ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିବା ବେଳେ ଡାକ୍ତର ସେନାପତି ଲମ୍ବା ଛୁଟିରେ ଅଛନ୍ତି।

ଯେହେତୁ ଡାକ୍ତର ଇପ୍ସିତା ଦାସ ଡାକ୍ତର ସେନାପତିଙ୍କ ଠାରୁ କନିଷ୍ଠ ତେଣୁ କିପରି ତାଙ୍କୁ ଡାକ୍ତର ସେନାପତିଙ୍କ ସ୍ଥାନରେ ଅବସ୍ଥାପିତ ପାଇଁ ଆଦେଶନାମା ପ୍ରେରଣ କରାଗଲା ତାହାକୁ ନେଇ ବୁଦ୍ଧିଜୀବୀ ମାନେ ଚିନ୍ତା ପ୍ରକଟ କରିଛନ୍ତି ।ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଏହାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଗତ ୧୯ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ୪ଜଣଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।ମାତ୍ର ତଦନ୍ତ ପ୍ରକ୍ରିୟା ବିଳମ୍ବ ହେବାରୁ ବୁଦ୍ଧିଜୀବୀ ମାନେ ନୟାଗଡ଼ ଜିଲ୍ଲା ଚିକିତ୍ସାଧିକାରୀ ଡ଼ା. ପୁଷ୍ପ ନିଳୀମା ଲାକ୍ରାଙ୍କୁ ଭେଟି ସମସ୍ତ ତଥ୍ୟ ଜଣାଇବା ପରେ ଖୁବ ଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ ।ମାତ୍ର କିଛି ରାଜନୈତିକ ବ୍ୟକ୍ତିଙ୍କ ପ୍ରରୋଚନାରେ ଡ଼ା.ସେନାପତିଙ୍କ ନାମରେ ଭିତ୍ତିହୀନ ମିଥ୍ୟା ଆରୋପ ଲଗାଇ ସମସ୍ୟାକୁ ଜଟିଳ କରିବାରେ ଲାଗିପଡିଛନ୍ତି ।ତେଣୁ ଯଥାଶୀଘ୍ର ଡ଼ା. ଇପ୍ସିତା ଦାସଙ୍କ ନିଯୁକ୍ତି ପତ୍ରକୁ ରଦ୍ଦ କରିବା ସହିତ ଡ଼ା.ତାପସ ରଂଜନ ସେନାପତିଙ୍କୁ ପୁନଃ ଥଇଥାନ କରା ନଗଲେ ଶରଣକୁଳ ବିକାଶ ମଞ୍ଚ ପକ୍ଷରୁ ଆସନ୍ତା ମାର୍ଚ୍ଚ ୫ ତାରିଖ ଦିନ ୧୨ ଘଣ୍ଟିଆ ଧର୍ମଘଟ (ହରତାଳ) କରାଯିବ ବୋଲି ଚେତାବନୀ ଦେଇଛନ୍ତି।

ad-week
Leave A Reply

Your email address will not be published.