ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସର ସମର୍ଥନ

add-all

ଭୁବନେଶ୍ଵର: ରାଜ୍ୟସଭା ପ୍ରାର୍ଥୀ ଡା. ଦତ୍ତେଶ୍ବର ହୋତାଙ୍କୁ କଂଗ୍ରେସ ସମର୍ଥନ ଦେଉଛି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ସେ କହିଛନ୍ତି, ସୋମବାର ନବୀନ ବାବୁଙ୍କ ସହ ମୋର ସାକ୍ଷାତ ଆଲୋଚନା ହୋଇଛି। ଜଣେ କମନ୍‌ କ୍ୟାଣ୍ଡିଡେଟ୍‌ ନେଇ ନବୀନଙ୍କ ସହ ଆଲୋଚନା ହୋଇଥିଲା। ନବୀନ ବାବୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଓ ଉଚିତ ପଦକ୍ଷେପ ନେଇଛନ୍ତି । ନବୀନ ବାବୁ ଜଣେ କମନ କ୍ୟାଣ୍ଡିଡେଟ୍‌ ଦେବା ସ୍ବାଗତଯୋଗ୍ୟ ।

ଡାକ୍ତର ଦତ୍ତେଶ୍ବର ଜଣେ ଯୋଗ୍ୟ ପ୍ରାର୍ଥୀ ଏବଂ ଭଲ କାମ କରିଛନ୍ତି। ଅନ୍ୟପକ୍ଷେ ସେ କମନ କ୍ୟାଣ୍ଡିଡେଟ୍‌ଙ୍କ ଉପରେ ଚାପ ସୃଷ୍ଟି କରା ନ ଯାଉ ବୋଲି କହିଛନ୍ତି। ସେ ଯେପରି ଚାପର ବଶବର୍ତ୍ତୀ ହୋଇ ପ୍ରାର୍ଥିତ୍ୱ ପ୍ରତ୍ୟାହାର ନ କରନ୍ତୁ ବୋଲି ଭକ୍ତ କହିଛନ୍ତି। ୨ ତାରିଖରେ ଘୋଡ଼ା ବେପାର ରୋକିବା ପାଇଁ ପଦକ୍ଷେପ ନେବୁ। ଘୋଡ଼ା ବେପାର ବନ୍ଦ କରି କମନ କ୍ୟାଣ୍ଡିଡେଟ୍‌ ଜିତାଇବା ଲକ୍ଷ୍ୟ ରହିଛି।

ad-week
Leave A Reply

Your email address will not be published.