
ନୂଆଦିଲ୍ଲୀ : ଜରାୟୁ କର୍କଟରୁ ମୁକ୍ତ ହେବେ ଦେଶର ଝିଅ । ସର୍ଭାଇକଲ କ୍ୟାନସରରୁ ସୁରକ୍ଷିତ ରଖିବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ରାଜସ୍ଥାମର ଆଜମେର ଠାରେ ଦେଶବ୍ୟାପୀ ଏଚପିଭି ଟୀକାକରଣର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅଭିଯାନରେ ପ୍ରତିବର୍ଷ ଦେଶର ପ୍ରାୟ ଏକ କୋଟି ୧୫ ଲକ୍ଷ ୧୪ବର୍ଷରୁ କମ ବର୍ଷର ବାଳିକାଙ୍କୁ ଟିକା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଜରାୟୁ କର୍କଟ ଭଳି ବିପଦପୂର୍ଣ୍ଣ ରୋଗରୁ ସୁରକ୍ଷା ଦେବାକୁ ଦେଶର ସ୍ବାସ୍ଥ୍ୟ ଅଭିଯାନରେ ଦେଶର ସବୁଠାରୁ ବଡ଼ ଅଭିଯାନ ବୋଲି କୁହାଯାଇଛି । ଏହି ଅଭିଯାନର ଶୁଭାରମ୍ଭ କରି ଦେଶର ନାରୀଶକ୍ତିକୁ ସଶକ୍ତ କରିବାରେ ଏହା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଓଡିଶାରେ କୃଷି ଭବନ ଠାରେ ରାଜ୍ୟସ୍ତରୀୟ ଏଚପିଭି ଟିକାକରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହ୍ୟୁମାନ ପାପିଲୋମା ଭାଇରସ ନିରାକରଣ ପାଇଁ ରାଜ୍ୟବ୍ୟାପୀ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହି ଟୀକାକରଣ ଅଭିଯାନ ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ, ମହିଳାମାନଙ୍କୁ ସୁସ୍ଥ ଓ ସଶକ୍ତ କରିବା ଏହାର ଲକ୍ଷ୍ୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ବାରା ରାଜ୍ୟର ୧୪ ରୁ ୧୫ ବର୍ଷ ବୟସ ମଧ୍ୟରେ ଥିବା ୩ଲକ୍ଷ ୩୬ ହଜାର ବାଳିକା ଉପକୃତ ।