୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି !

newyr25

ପୁରୀ  : ମାର୍ଚ୍ଚ ୨୫ରୁ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି !। ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ମାହେନ୍ଦ୍ର ବେଳା ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ହେବ ଗଣତିମଣତି। ମଧ୍ୟାହ୍ନ ୧୨ଟା୧୨ମିନିଟରୁ ଦିନ ଗୋଟାଏ ୪୫ ମିନିଟ ମଧ୍ୟରେ ଆରମ୍ଭ ହେବ ଅଳଙ୍କାର ଗଣତି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ସ୍ଥିର ହେବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ତିନିଟି ପର୍ଯ୍ୟାୟରେ ହେବ ଅଳଙ୍କାର ଗଣତିମଣତି। ପ୍ରଥମେ ଚଳନ୍ତି, ପରେ ବାହାର ଓ ଶେଷରେ ଭିତର ରତ୍ନଭଣ୍ଡାରରୁ ଅଳଙ୍କାର ଗଣତିମଣତି ହେବ। ରତ୍ନଭଣ୍ଡାର ଗଣତିମଣତି ନେଇ ରାଜ୍ୟ ସରକାରଙ୍କ ଚୂଡ଼ାନ୍ତ ଏସଓପିକୁ ଅନୁମୋଦନ କରିଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଶନିବାର, ରବିବାର ଓ ନୀତି ବହୁଳ ଦିନମାନଙ୍କରେ ଗଣତି ମଣତି ହେବନାହିଁ। ଏଥିପାଇଁ ପ୍ରତିମାସର ସ୍ବତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତ ହେବ। E- କ୍ୟାଟାଲିଂରେ ସଂପୂର୍ଣ୍ଣ ସ୍ବଚ୍ଛତାରେ ହେବ ଗଣତି ମଣତି ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ।

Leave A Reply

Your email address will not be published.