ବିନା ଜନସୂଚନା ଫଳକରେ ମେସିନ ଦ୍ୱାରା ଚାଲିଛି ପୋଖରୀ ଖନନ….

newyr25

ମନରେଗା ଆଇନକୁ ଫୁ…

କୋଷାଗୁମୁଡା /ନବରଙ୍ଗପୁର :-03/02/26— ବସନ୍ତ ପେଗଡ଼ ନିଃସର୍ତ୍ତ ନିୟୁଜ : ଜ଼ିଲ୍ଲାର ଛତିଶଗଡ ସୀମାନ୍ତବର୍ତ୍ତୀ କୋଷାଗୁମୁଡା ବ୍ଲକର ରାମପାଲି ଗ୍ରାମ ପଞ୍ଚାୟତ ଠାରୁ ମାତ୍ର ସାତ କିଲୋମିଟର ଦୂରରେ ଗତ ମାସ ପଚିଶି ତାରିଖରେ କୋଟପାଡ଼ ଦଶହରା ପଡ଼ିଆ ଠାରେ ଓଡ଼ିଶାର ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଏବଂ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଆସି ମନୋରେଗା ଯୋଜନାରେ ଜବ କାର୍ଡ଼ ଧାରି ଶ୍ରମିକଙ୍କୁ ୧୦୦ ଦିନର ନିଶ୍ଚିତ କର୍ମ ଯୋଗାଣ ବଦଳରେ ଭିବି ଜି ରାମ ଜୀ ଯୋଜନା ପ୍ରଣୟନ କରାଯାଉଥିବା ଏବଂ ଶ୍ରମିକଙ୍କ 125 ଦିନ ନିଶ୍ଚିତ ରୂପେ କର୍ମ ଯୋଗାଇ ଦିଆଯିବ ଏବଂ ମନୋରେଗା ଠାରୁ ଅଧିକ ସ୍ବଚ୍ଛତା ରହିବା ସମନ୍ଧରେ ପୁଙ୍ଖାନୁପୁଙ୍ଖ ଭାବେ ସାଧାରଣ ସଭାରେ ପ୍ରତିଶୃତି ଦେଇଥିଲେ ଏବଂ ଯୋଜନାର ସୁଫଳ ଏବଂ ସ୍ଵଚ୍ଛତା ଉପରେ ମନୋରେଗl ଠାରୁ ଅଧିକ ସୁଦୃଢ କରାଯାଇଥିବା ବିଷୟ ଜନସାଧାରଣ ଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ପ୍ରଚାରିତ ହେବା ସମୟରେ

 

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଳକ ଅନ୍ତର୍ଗତ ବାମୁଣି ପଞ୍ଚାୟତର କତୃପକ୍ଷଙ୍କ ମନମୁଖି ଏବଂ ସରକାରୀ ଯୋଜନାର ଆଇନକୁ ଜଳାଞ୍ଜଳୀ ଦେଇ ପୋଖରୀ ଖନନ କରାଯାଇଥିବା ଅଭିଯୋଗ ହୋଇଛି ।ସୂଚନା ପ୍ରକାରେ ,ବାମୁଣି ପଞ୍ଚାୟତରେ ଅମୃତ ସରୋବୋର ଯୋଜନା ଅଧିନରେ ତିନି ଗୋଟି ଜଳାଶୟ ସୃଷ୍ଟି ଏବଂ ପୁନ ଉଦ୍ଧାର କରିବା ନିମନ୍ତେ ଗ୍ରାମସଭାରେ ସ୍ୱୀକୃତ ହୋଇଥିବା ମଧ୍ୟରୁ ପଞ୍ଚାୟତ କାର୍ଯ୍ୟାଳୟରୁ କିଛି ଦୂରରେ ପୋଖରୀ ଖନନ କାର୍ଯ୍ୟରେ ଜନସୂଚ଼ନା ଫଳକ ନ ଲଗାଇ ସ୍ଥାନୀୟ ଠିକାଦାରଙ୍କ ଦ୍ୱାରା ମେସିନ ଯୋଗେ ଖନନ କାର୍ଯ୍ୟ କରାଯାଇଥିବା ଗ୍ରାମବାସୀ ଏବଂ ବୟୋଜ୍ୟେଷ୍ଠ ବ୍ୟକ୍ତି ଗୁରୁବନ୍ଧୁ ମାଝୀ କହିବା ଅନୁସାରେ, ସରଗିବନ୍ଦ ପୂର୍ବରୁ ଛୋଟିଆ ଜଳାଶୟ ଥିଲା ତାହାକୁ ବର୍ତ୍ତମାନ ସ୍ଥାନୀୟ ଠିକଦାର ଜଣକ ମେସିନ ଲଗାଇ ଅର୍ଦ୍ଧାଧିକ ମାଟି ଖୋଳା ଯାଇଥିବା କହିଛନ୍ତି ।
ଏଠାରେ ପ୍ରକାଶ କରାଯାଇପାରେ ଯେ,ଏହିଭଳି ଆହୁରି ମଧ୍ୟ କିଛି ପୋଖରୀ ଅନିୟମିତତାରେ ଅର୍ଦ୍ଧାଧିକ ମାଟି ଖୋଳା କାର୍ଯ୍ୟ କରାଯାଇ ବିନା ଜନସୂଚନା ଫଳକରେ କାର୍ଯ୍ୟ ସଂପାଦନ କରାଯାଉଥିବା ନଜରକୁ ଆସିଛି ।
ଡବଲ ଇଂଜିନ ସରକାରଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ସମାଲୋଚନା କରାଯାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ନିଜର ମନମୁଖି କାର୍ଯ୍ୟକଳାପ ଯୋଗୁ ସନ୍ଦେହ ଘେରରେ ରହିଛି I ଶିଘ୍ର ଜିଲ୍ଲା କତ୍ତୃପକ୍ଷ ଏ ବିଷୟରେ ହସ୍ତକ୍ଷେପ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ପଦକ୍ଷେପ ଗ୍ରହଣ କରାଯିବାକୁ ଜନସାଧାରଣରେ ଦାବୀ ହେଉଛି |

Leave A Reply

Your email address will not be published.