ରାଜ୍ୟସଭା ଯାଇପାରନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର: ଆସନ୍ତାକାଲି ଭରିପାରନ୍ତି ନାମାଙ୍କନ ?

newyr25

ନୂଆଦିଲ୍ଲୀ: ବିହାର ରାଜନୀତିକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ରାଜ୍ୟସଭା ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ଥିବା ନୀତୀଶ କୁମାର । ଆସନ୍ତା କାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରି ପାରନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ନୀତୀଶ ରାଜ୍ୟସଭା ଯିବା ନେଇ ନିଷ୍ପତ୍ତି ହୋଇସାରି ଥିଲେ ବି ଏପର୍ଯ୍ୟନ୍ତ ଜେଡିୟୁ ତରଫରୁ ଏନେଇ କୌଣସି ଘୋଷଣା କରାଯାଇନାହିଁ । ତେବେ ନୀତୀଶ କୁମାର କୁମାର ରାଜ୍ୟସଭା ଯିବା ନେଇ ବି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କୁହାଯାଉଛି ରାଜ୍ୟସଭା ପ୍ରାର୍ଥୀ ପାଇଁ ନାମାଙ୍କନ ଭରିବାକୁ ନୀତୀଶଙ୍କ ଅଫିସ୍ ସବୁ ପ୍ରକାରର ଡକ୍ୟୁମେଣ୍ଟ ପ୍ରସ୍ତୁତ କରିସାରିଲାଣି ।
ତେବେ ଯଦି ନୀତୀଶ କୁମାର ରାଜ୍ୟସଭା ଯାଉଛନ୍ତି ତ ପୁଣି ବିହାର ରାଜନୀତିରେ ବଡ଼ ଅଦଳବଦଳ ଦେଖିବାକୁ ମିଳିବ । ଏହାକୁ ନେଇ ଏବେ ବିହାର ଠାରୁ ଦିଲ୍ଲୀ ଜୋରଦାର ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଶ୍ଳେଷକମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଏବେ କେବଳ ଜେଡିୟୁର ଘୋଷଣାକୁ ଅପେକ୍ଷା କରାଯାଇଥିବା ବେଳେ ୧୬ ତାରିଖ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ନୀତୀଶ ।

Leave A Reply

Your email address will not be published.