ଇରାନୀୟ ଜାହାଜକୁ ଆକ୍ରମଣ: ୧୦୧ ନିଖୋଜ

add-all

ନୂଆଦିଲ୍ଲୀ: ଶ୍ରୀଲଙ୍କା ଉପକୂଳ ନିକଟରେ ଏକ ଇରାନୀୟ ଜାହାଜ ଉପରେ ଆକ୍ରମଣ ହୋଇଛି। ଏଥିରେ ଅତି କମରେ ୧୦୧ ଜଣ ନିଖୋଜ ହୋଇଥିବାବେଳେ ୭୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଏହା ଏକ ଇରାନୀ ଆଇଆରଆଇଏସ୍ ଡେନା, ଏକ ମାଉସ୍-କ୍ଲାସ୍ ଫ୍ରିଗେଟ୍ ଥିଲା।

ଯାହା ଭାରତର ବିଶାଖାପାଟନମରେ ମିଲାନ୍ ୨୦୨୬ ବହୁରାଷ୍ଟ୍ରୀୟ ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରି ଇରାନ ଫେରୁଥିଲା। କୁହାଯାଉଛି ଯେ ଏଥିରେ ପ୍ରାୟ ୧୮୦ ଜଣ ଲୋକ ଥିଲେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି ଯେ ଇରାନୀ ଜାହାଜରୁ ଏକ ଜରୁରୀକାଳୀନ ବାର୍ତ୍ତା ପାଇବା ପରେ ଶ୍ରୀଲଙ୍କା ନୌସେନା ଏକ ଉଦ୍ଧାରକାରୀ ଟିମ୍ ପଠାଇଛି। ଉଦ୍ଧାର ମିଶନରେ ଜାହାଜ ଏବଂ ବାୟୁସେନା ବିମାନ ପଠାଯାଇଛି।

ad-week
Leave A Reply

Your email address will not be published.