
ନୂଆଦିଲ୍ଲୀ : ଭାରତ ମହାସାଗରରେ ଇରାନ ଯୁଦ୍ଧ ଜାହାଜକୁ ଆମେରିକା ଆକ୍ରମଣ କରି ବୁଡ଼ାଇ ଦେବାର କିଛି ଘଣ୍ଟା ପରେ ପ୍ରତିଶୋଧ ନେଇଛି ଇରାନ । ଯେଶାକୁ ତେଶା ନୀତିରେ ଆମେରିକାର ଜାହାଜକୁ ଆଟାକ କରିଛି ଇରାନ ଇସ୍ଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) । ଉତ୍ତର ପର୍ଶିଆନ ଗଲ୍ଫରେ ଏହି ଜାହାଜକୁ ଆକ୍ରମଣ କରାଯାଇଥିବା ଆଇଆରଜିସି କହିଛି । ଇରାନୀ ସରକାରୀ ଗଣମାଧ୍ୟମ କହିଛି, ଆମେରିକୀୟ ଜାହାଜରେ ନିଆଁ ଲାଗିଯାଇଛି । ତେବେ କ୍ଷୟକ୍ଷତି ସମ୍ପର୍କାରେ ଜିଛି ଜଣାପଡ଼ିନାହିଁ ।
ଗତକାଲି ଆମେରିକା ଆକ୍ରମଣ କରି ଭାରତ ମହାସାଗରରେ ଯାଉଥିବା ଇରାନ ଜାହାଜ ବୁଡ଼ାଇବା ଦେଇଥିଲା । ଏହାପରେ ଇରାନର ବୈଦେଶିକ ମନ୍ତ୍ରୀ କଡ଼ା ଚେତାବନୀ ଦେଇଥିଲେ । ଶ୍ରୀଲଙ୍କା ଉପକୂଳରେ IRIS ଡେନା ଉପରେ ହୋଇଥିବା ଆକ୍ରମଣ ପାଇଁ ଆମେରିକା ଗଭୀର ଅନୁତାପ କରିବ । ଏହାପରେ ଆଇଆରଜିସି ଆମେରିକା ଜାହାଜ ଉପରେ ଆକ୍ରମଣ କରିଛି ।
ଇରାନୀ ନୌସେନା ଫ୍ରିଗେଟ୍ ଆଇରିସ୍ ଡେନାକୁ ବୁଡ଼ାଇ ଦେବା ଘଟଣାରେ ଇରାନ କଡ଼ା ପ୍ରତିକ୍ରିୟା ପ୍ରକାଶ କରିବାର କିଛି ଘଣ୍ଟା ପରେ ଏହା ଘଟିଛି । ଇରାନୀ ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ୍ ଆରାଘଚି କହିଥିଲେ, ଭାରତୀୟ ନୌସେନାର ଅତିଥି ଆଇରିସ୍ ଡେନାକୁ ଅନ୍ତର୍ଜାତୀୟ ଜଳସୀମାରେ କୌଣସି ଚେତାବନୀ ବିନା ଫ୍ରିଗେଟ୍ ଡେନା ଉପରେ ଆକ୍ରମଣ କରାଯାଇଥିଲା । ଆରାଘଚି ଚେତାବନୀ ଦେଇଥିଲେ, ଆମେରିକା ପଶ୍ଚାତାପ କରିବ ।
ଫ୍ରିଗେଟ୍ ଆଇରିସ୍ ଡେନା ଗତ ମାସରେ ଦୁଇଟି ନୌସେନା ଅଭ୍ୟାସରେ ଅଂଶଗ୍ରହଣ କରିବା ପରେ ଭାରତର ବିଶାଖାପାଟଣାରୁ ଇରାନକୁ ଫେରୁଥିବା ବେଳେ ଏହା ଉପରେ ଏକ ଆମେରିକାର ଟରପେଡୋ ମାଡ଼ କରାଯାଇଥିଲା । ଅନ୍ତର୍ଜାତୀୟ ଜଳସୀମାରେ ଏହି ଅଚାନକ ଆକ୍ରମଣରେ ୮୭ ଜଣ ଇରାନୀ ନାବିକଙ୍କ ମୃତ୍ୟୁ ହୋଇଥିଲା । ୬୦ ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି ।