ପୋଖରୀରେ ବୁଡ଼ି ନାବାଳକ ମୃତ

add-all

ନୟାଗଡ଼, ୦୫।୦୩(ନିସର୍ତ୍ତ) – ସୁର୍କାବାଡ଼ି ଅଞ୍ଚଳରେ ହୋଲିରେ ଏକ ଅଘଟଣ ଘଟି ଯାଇଛି । ପୋଖରୀରେ ବୁଡ଼ି ଜଣେ ସପ୍ତମ ଶ୍ରେଣୀରେ ପଢ଼ୁ ଥିବା ନାବାଳକର ମୃତ୍ୟୁ ଘଟି ଥିବାର ସୂଚନା ମିଳିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଗ୍ରାମ ବନ୍ଧ ସାହି ସନା ବେହେରାଙ୍କ ପୁଅ ଗଣେଶ ବେହେରା (୧୩) ବର୍ଷ। ରାଜସୁନାଖଳା ଫାଣ୍ଡି ଅଧିନସ୍ଥ ସୁର୍କାବାଡ଼ିର ଉପର ସାହିର ନିଜ ମାମୁଁଘରକୁ ବୁଲିବା ପାଇଁ ଆସିଥିଲା । ଗଣେଶ ହୋଲିରେ ରଙ୍ଗ ଖେଳିସାରି ବୁଧବାର ସ୍ଥାନୀୟ ଶିବ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ କୌଣସି କାରଣବଶତଃ ବୁଡ଼ିଯାଇଥିଲା l ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ଗଣେଶର ମାମୁଁ କବିରାଜଙ୍କୁ ଫୋନ କରି ଜଣାଇ ଥିଲେ  l ମାମୁଁ ଓ ଗ୍ରାମର ଅନେକ ଯୁବକ ପୋଖରୀରେ ଖୋଜାଖୋଜି କରିବା ସହ ଅଗ୍ନିଶମ ବାହିନୀ ଓ ୧୧୨କୁ ଖବର ଦେଇଥିଲେ l ଅଗ୍ନିଶମ ବାହିନୀ ଆସିବା ପୂର୍ବରୁ ସ୍ଥାନୀୟ ଲୋକମାନେ ଗଣେଶକୁ ଅଚେତ ଅବସ୍ଥାରେ ପାଣି ଭିତରୁ ଉଦ୍ଧାର କରି ନିକଟସ୍ଥ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ  l ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପରୀକ୍ଷା କରି ଗଣେଶକୁ ମୃତ ଘୋଷଣା କରିଥିଲେ  l ସେ ଜଣେ ମେଧାବୀ ଛାତ୍ର ଥିଲା । ସେ ତାଙ୍କ ପରିବାରର ଏକ ମାତ୍ର ପୁଅ ହୋଇ ଥିବାରୁ ତାଙ୍କ ମୃତରେ ପରିବାର ଲୋକମାନେ ଦୁଃଖରେ ଭାଂଗିପଡିଛନ୍ତି  l ଏହି ଦୁଃଖଦ ଖବର ପାଇବା ପରେ ମାମୁଁଘର ଗ୍ରାମ ଏବଂ ନିଜ ଗ୍ରାମରେ ଶୋକର ଛାୟା ଖେଳି ଯାଇଛି  l

ad-week
Leave A Reply

Your email address will not be published.