
କୋରାପୁଟ/କୋଟପାଡ଼ : କୋଟପାଡ଼ ସ୍ଥିତ ବିଜୁ ପଟନାୟକ ରିଡିଙ୍ଗ ସେଣ୍ଟର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମହାନ ଜନନାୟକ ବିଜୁବାବୁଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ l
ଏହି ଅବସରରେ କୋଟପାଡ଼ ବ୍ଲକ ଉପା ଧ୍ୟକ୍ଷ ତପନ ପାଣିଗ୍ରାହୀ, ଅlରିଫ ପଟେଲ, ବିରେନ ବିଶୋଇ, ଅଜିତ ପଟନାୟକ, ଶିବ ପଟନାୟକ, ଏମ.ଡ଼ି. ସଲିମ, ସନାତନ ଦାଶ, ଏବଂ ଦଳୀୟ କର୍ମୀ ମାନେ ଯୋଗ ଦେଇଥିଲେ l
ବିଜୁ ବାବୁଙ୍କ ଅବଦାନ ଅବିସ୍ମରଣୀୟ l ପଞ୍ଚାୟତି ରାଜ ବ୍ୟବସ୍ଥାକୁ ମଜବୁତ କରିବାରେ ତାଙ୍କ ଅବଦାନ ସ୍ମରଣୀୟ lଓଡିଶାକୁ ବିଶ୍ୱ ଦରବାରେ ପ୍ରତିଷ୍ଠିତ କରାଇଥିବା ବିଜୁ ବାବୁଙ୍କ ମରଶରୀରରେ ତିନୋଟି ଦେଶର ଜାତୀୟ ପତାକା ରଖାଯାଇଥିଲା l