ପ୍ରଶାସନ ଯୋଗୁଁ କୁତ୍ରିମ ବନ୍ୟାରୁ ବର୍ତ୍ତିଲେ ଆସିକା ସହର ବାସୀ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ଜାହାଡା ଠାରେ ଋଷି କୂଲ୍ୟା ନଦୀ ବନ୍ଧର ହିଡ଼ କାଟି ବାଲି ମାଫିଆ ମାନେ ଚୋରା ବାଲି ଚାଲାଣ କରୁଛନ୍ତି। ଅର୍ଣ୍ଣଭ ବାତ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ତିନିଦିନ ହେଲା ମୂଷଳ ଧାରାରେ ବର୍ଷା ଜାରିରହିଛି। ଏଭଳି ପରିସ୍ଥିତିରେ ଆସିକା ସହର ବାସୀଙ୍କ ମଧ୍ୟରେ ବନ୍ୟା ହେବାର ଛନକା ପଶିଛି। ଧରାକୋଟ ବ୍ଲକ ଜାହାଡା ଠାରେ ବାଲି ମାଫିଆ ମାନେ ଋଷିକୁଲ୍ୟା ନଦୀ ବନ୍ଧର ହିଡ଼ କାଟିଦେଇ ରୀତିମତ ଚୋରା ବାଲି ଚାଲାଣ କରୁଛନ୍ତି। ଗୁରୁବାର ଦିନ ଋଷିକୁଲ୍ୟା ନଦୀ ବିପଦ ସଂକୁଳ ଅବସ୍ଥାରେ ବନ୍ୟା ଜଳ ନଦୀରେ ପ୍ରବାହିତ ହେଉଥିଲା। ଧରାକୋଟ ପ୍ରଶାସନ ପକ୍ଷରୁ ବାଲି ମାଫିଆ ମାନେ କାଟି ଦେଇଥିବା ନଦୀ ବନ୍ଧ କୁ ମରାମତି କରି ମାଟି ଢ଼ଳେଇ କରିବା ଫଳରେ ଆସିକା ସହର ବାସୀ ଏକ କୁତ୍ରିମ ବନ୍ୟାରୁ ରକ୍ଷା ପାଇ ଯାଇଛନ୍ତି। ଗଞ୍ଜାମ ଜିଲ୍ଲା ପାଳ ତୁରନ୍ତ ଗଞ୍ଜାମ ଜିଲ୍ଲାର ଯେଉଁ ଯେଉଁ ନଦୀ ବନ୍ଧକୁ ବାଲି ମାଫିଆ ମାନେ କାଟି ଦେଇଛନ୍ତି। ତାହାର ଯୁଦ୍ଧ କାଳୀନ ଭିତ୍ତି ରେ ମରାମତି କରିବାକୁ ସଚେତନ ମହଲ ରୁ ଦାବୀ ହୋଇଛି। ବାଲି ମାଫିଆ ପ୍ରତି ପ୍ରଶାସନ ଓ ସରକାର ଙ୍କ ଏତେ ଦରଦ କାହିଁକି? ନଦୀ ହୁଡ଼ାକୁ କାଟି ବାଲି ଚୋରା ଚାଲାଣ କରିବାକୁ ଅଧିକାର କିଏ ଦେଲା ଯାହା ଫଳରେ ଲୋକଙ୍କ ମନରେ ବନ୍ୟା ଆଶଙ୍କା ର ଭୟ ଜାଗ୍ରତ ହେଉଛି l ଜଦି ବନ୍ୟା ରେ ଧନ ଜୀବନ ହାନି ଘଟେ ତେଵେ କିଏ ଦାୟୀ ରହିବେ ବୋଲି ସାଧାରଣ ଜନତା ପ୍ରଶ୍ନ ପଚାରୁଛନ୍ତି l ଜିଲ୍ଲା ପ୍ରଶାସନ ନିଜ ପକେଟ ଗରମ କରିବାକୁ ବାଲି ମାଫିଆ ପ୍ରତି ସହାନୁଭୂତି ଦେଖାଉଛି ବୋଲି ଚର୍ଚ୍ଚା ହେଉଛି l ତେଣୁ ଜିଲ୍ଲା ପ୍ରଶାସନ ଯତ୍ନବାନ ହେବା ଆବଶ୍ୟକ ବୋଲି ସାଧାରଣ ରେ ଅନୁରୋଧ କରୁଛନ୍ତି l
