ଆସିକା ଅଞ୍ଚଳ ର ଅଧିକାଂଶ ବିଦ୍ୟାଳୟ ରେ ଅଣ୍ଡା ବଦଳରେ ଦିଆଯାଉଛି ବିସ୍କୁଟ…!

add-all

ପ୍ରଶାସନ ର ଏହା ଜ୍ଞାତ ସାରରେ କି..? ଅଭିଭାବକ ମାନଙ୍କ ପ୍ରଶ୍ନ ?....


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳର ବହୁ ବିଦ୍ୟାଳୟ ରେ ଅଣ୍ଡା ବଦଳରେ ପିଲାଙ୍କୁ ବିସ୍କୁଟ ଦିଆଯାଉଛି ବୋଲି ଅଭିଯୋଗ ଆସୁଛି । ପୃଷ୍ଟିକର ଖାଦ୍ୟ ପାଇଁ ସରକାର ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅଣ୍ଡା ପ୍ରଦାନ କରୁଛନ୍ତି। କିଛି ଶିକ୍ଷକ ପିଲାଙ୍କୁ ଅଣ୍ଡା ନଦେଇ ୫ ଟଙ୍କିଆ ବିସ୍କୁଟ ଦେଉଥିବା ଅଭିଯୋଗ ଆସିଛି। ତାହାର ନଗ୍ନ ନମୁନା ଆସିକା ବ୍ଲକ ଖଣ୍ଡବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦେଖିବାକୁ ମିଳିଛି। ସରକାରଙ୍କ ନିର୍ଦ୍ଧେଶ କୁ ଏହି ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ ମାନେ ବିରୋଧ କରୁଥିବା ଅଭିଯୋଗ ଆସୁଛି। କିଛି ମାସ ପୂର୍ବରୁ ଅଣ୍ଡା ଦର ବଜାରରେ ବୃଦ୍ଧି ହୋଇଥିଲା। ବର୍ତ୍ତମାନ ଅଣ୍ଡା ଦର ବଜାର ରେ ୫.୫୦ ରହିଥିଲେ ବି ବିଦ୍ୟାଳୟ ଗୁଡିକରେ ଅଣ୍ଡା ବଦଳ ରେ ବିସ୍କୁଟ ଦିଆଯାଉଛି। ଏସମ୍ପର୍କ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କଲେ ଫୋନ ରିସିଭ କରୁନାହାନ୍ତି। ଅଭିଭାବକ ମାନେ ଏହାକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି l ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି l

ad-week
Leave A Reply

Your email address will not be published.