
ଜାଲ ବିଛାଇଲେଣି ବାଲି ମାଫିଆ ଅଦୃଶ୍ୟ ଶକ୍ତି ର ଆଦେଶ କୁ ଅପେକ୍ଷା…
ଅଦୃଶ୍ୟ ଶକ୍ତି ଚାପରେ ପ୍ରଶାସନ ଚେପା …..!
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ପୂର୍ବରୁ ଦୀର୍ଘ ବର୍ଷ ହେଲା ଜିଲ୍ଲାର ଚୋରା ବାଲି ସମ୍ରାଟ ହାତରେ ଆସିକା ଚେରମେରିଆ ବାଲି ଘାଟ ରହିଥିଲା। ଦୀର୍ଘ ବର୍ଷ ହେଲା ଚେରମେରିଆ ବାଲି ଘାଟ ବନ୍ଦ ରହିଛି। ଏହି ବେଆଇନ ବାଲି ଘାଟକୁ ନେଇ ବହୁଥର ଗ୍ରାମବାସୀ ଓ ବାଲି ମାଫିଆ ମାନଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉପୁଜିବା ଥିବାର ନଜିର ରହିଛି। ଦୀର୍ଘ ଦିନର ବ୍ୟବଧାନ ପରେ ବାଲି ମାଫିଆ ମାନେ ଉକ୍ତ ବିବାଦୀୟ ସ୍ଥାନରୁ ପୁଣି ବାଲି ଲୁଟିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ଲକ୍ଷ କରାଯାଇଛି। ଋଷିକୂଲ୍ୟା ନଦୀ ଗର୍ଭରେ ଜେସିବି ମେସିନ ଆଣି ରଖାଯାଇ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଏହି ବେଆଇନ ବାଲି ଘାଟ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ଥିବାର ନଜିର ରହିଥିଲେ ବି ପ୍ରଶାସନ ଚୁପ ଚାପ ହୋଇ ବସିଛି। କିଏ କାହା ନିର୍ଦ୍ଧେଶ ରେ ପୁଣି ବିବାଦୀୟ ବେଆଇନ ବାଲି ଘାଟ ଆରମ୍ଭ କରୁଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ବିବାଦୀୟ ବାଲି ଘାଟ ଚାଲିଲେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା କୁ ଏଡେଇ ହେବନାହିଁ।ଏବଂ ମୁଣ୍ଡ ଗଡ଼ିବା ସୁନିଶ୍ଚିତ..! ଖଣି ବିଭାଗ, ରାଜସ୍ବ ବିଭାଗ, ଏବଂ ପୋଲିସ ବିଭାଗ ସବୁ ଜାଣି ମାସିଆରି ବଟି ନେଇ ସେହି ତଥାକଥିତ ଅଦୃଶ୍ୟ ଶକ୍ତି ର ଗୁଲାମ ପାଲୋଟି ଯାଇଛନ୍ତି ବୋଲି ସାଧାରଣ ରେ ଆଲୋଚନା ହେଲାଣି l ବିନା କାଗଜ ପତ୍ର ରେ ଆସିକା ଅଞ୍ଚଳ ରୁ ସହ ସହ ଚୋରା ବାଲି ଚାଲାଣ ହେଉଛି ଏବଂ ସୁନା ଦରରେ ବିକ୍ରୀ ହେଉଛି ବୋଲି ଅଭିଯୋଗ ଆସୁଛି l ବାଲିର କୌଣସି ସରକାରୀ ଦର ନାହିଁ ଏହାର ପ୍ରଭାବ ଗରିବ ଏବଂ ମଧ୍ୟବତୀ ଲୋକଙ୍କ ଉପରେ ପଡୁଛି ସାମାନ୍ୟ ଘର ଟିଏ ତୋଳି ପାରୁନାହାନ୍ତି l ବାଲି ଚୋରା ଚାଲାଣ ହେଉଛି କିନ୍ତୁ ଲୋକଙ୍କୁ ମିଳୁନି l ସରକାରୀ ବାବୁ ମାନେ ଏହି ମାଫିଆ ମାନଙ୍କ ଦୟାରୁ କୁବେର ପାଲୋଟି ଗଲେଣି l ଇଡି.. ଭିଜିଲାନ୍ସ ଏବଂ ଆଇ ଟି ବିଭାଗ କୋମାରେ କହିଲେ କିଛିବି ଭୁଲ ହେବ ନାହିଁ l ତେଣୁ ରାଜ୍ୟ ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l ରାଜ୍ୟ ସରକାର ଙ୍କ କୋଟି କୋଟି ଟଙ୍କା ର ରାଜସ୍ବ ବାବୁ.. ନେତା.. ମାଫିଆ ମାନଙ୍କ ପକେଟ ଗରମ କରୁଛି ଗଞ୍ଜାମ ଜିଲ୍ଲା ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଦାବୀ କରୁଛନ୍ତି.. I