ଯୁଦ୍ଧ ର ପ୍ରଭାବ :ହାଣ୍ଡିଶାଳ ଉପରେ ମାଡ଼ ଜାଳେଣି ଗ୍ୟାସ ୬୦ ଟଙ୍କା ବୃଦ୍ଧି…

add-all


କେନ୍ଦ୍ର ଓ ରାଜ୍ୟ ସରକାର ଜି.ଏସ.ଟି ଟ୍ୟାକ୍ସ ଛାଡ଼ ପାଇଁ ସାଧରଣ ରେ ଦାବୀ…..!
ବ୍ରହ୍ମପୁର ନିଃସର୍ତ୍ତ ନିୟୁଜ : ଯୁଦ୍ଧର ପ୍ରଭାବ ଯୋଗୁଁ ଜାଳେଣି ଗ୍ୟାସରେ ଆଜି ଠାରୁ ଘରୋଇ ଗ୍ୟାସ ସିଲେଣ୍ଡେର ରେ ୬୦ ଟଙ୍କା ବୃଦ୍ଧି ହୋଇଛି। ସାଧରଣ ଲୋକଙ୍କ ହାଣ୍ଡିଶାଳ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗ୍ୟାସ ଦର ବୃଦ୍ଧି ଯୋଗୁଁ ସବୁ ବର୍ଗର ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିଥିବା ଲକ୍ଷ କରାଯାଇଛି। ଯୁଦ୍ଧ ପାଇଁ ଗ୍ୟାସ ଦର ବୃଦ୍ଧି ହୋଇଥିବା ସରକାର କହୁଥିବା ଯୋଗୁଁ କେନ୍ଦ୍ର ସରକାର ଓ ରାଜ୍ୟସରକାର ଜାଳେଣି ଗ୍ୟାସ ଉପରୁ ଜି. ଏସ.ଟି ଛାଡ଼ କରିବାକୁ ବିଭିନ୍ନ ମହଲ ରୁ ଦାବୀ ହେଉଛି। ଗ୍ୟାସ ଦର ବୃଦ୍ଧି ସହ ଡିଜେଲ ପେଟ୍ରୋଲ ଦର ମଧ୍ୟ ବୃଦ୍ଧି ହୋଇଛି। ବଜାରରେ ଗ୍ୟାସ ସହିତ ତୈଳ ଦର ବୃଦ୍ଧି ଯୋଗୁଁ ସମସ୍ତ ସାମଗ୍ରୀ ଦର ବୃଦ୍ଧି ହେବ ବୋଲି ସାଧାରଣ ର ଆଲୋଚନା ହେଉଛି। ଯୁଦ୍ଧ ପାଇଁ ସାଧରଣ ଲୋକଙ୍କ ହାଣ୍ଡିଶାଳ ଉପରେ ମାଡ଼ ହେଉଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ରେ ଅସନ୍ତୋଷ ବଢିଛି।ଆଗକୁ ଅନେକ କିଛି ପ୍ରଭାବ ପଡିବ ଦରଦାମ ବଢିବା ସହିତ କଳାବଜାରୀ ବି ବଢିବ ତେଣୁ ରାଜ୍ୟ ସରକାର ଏବଂ ପ୍ରଶାସନ ଯତ୍ନବାନ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.