ସାଇବର ଅପରାଧୀଙ୍କୁ ନାହିଁ ନିସ୍ତାର: ୧ ହଜାରରୁ ଉର୍ଦ୍ଧ୍ଵ ବ୍ୟାଙ୍କ ଖାତା ଯାଞ୍ଚ ୩ ଠକ ଗିରଫ…

newyr25


ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବଂ ଶରଣକୁଳ ଥାନା ଅଂଚଳରେ ସାଇବର ଅପରାଧୀ ମାନେ ସେମାନଙ୍କର କାୟା ବିସ୍ତାର କରିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ସାଇବର ଅପରାଧୀ ମାନଙ୍କୁ ସାବାଡ଼ କରିବାକୁ ନୟାଗଡ଼ ସାଇବର ଥାନା ମାଧ୍ୟମରେ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ପୋଲିସ ଖୁବ୍ ଶୀଘ୍ର ସାଇବର ଅପରାଧରେ ସଂପୃକ୍ତ ଅପରାଧୀ ଏବଂ ରିଙ୍ଗ ମାଷ୍ଟର ମାନଙ୍କୁ ଖୋଜି ବାହାର କରିବାରେ ସଫଳ ହେବେ ।ଏହି ସାଇବର ଠକ ମାନଙ୍କୁ ଧରିବା ପାଇଁ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ସ୍ଵତନ୍ତ୍ର ଅଭିଯାନ ମାଧ୍ୟମରେ ନୟାଗଡ଼ ଜିଲ୍ଲାରେ ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ବ ବ୍ୟାଙ୍କ ଜମା ଖାତା ଯାଞ୍ଚ କରାଯାଇଥିବା ବେଳେ ୩ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି।ଗିରଫ ସାଇବର ଠକ ମାନେ ଶରଣକୁଳ ଥାନା ବଧିସାହି ଗ୍ରାମର ସୁନିଲ କୁମାର ସାହୁ (୨୩), ବଡ଼ପୁଟ ଗ୍ରାମର ଯୋଗୀ ନାୟକଙ୍କ ପୁଅ ଚରଣ ନାୟକ(୩୫) ଏବଂ ଓଡ଼ଗାଁ ଥାନା ଅନ୍ତର୍ଗତ ଘଷାଦେଇପୁରର ଶ୍ରୀଧର ନାୟକ(୪୪) ବୋଲି ଜଣାପଡିଛି । ଏମାନଙ୍କ ପରି ଅନେକ ସାଇବର ଠକ ମାନେ ମନ୍ଦ ଉଦ୍ଦେଶ୍ୟ ରଖି ଲୋକମାନଙ୍କର ଅଜ୍ଞତାର ସୁଯୋଗ ନେଇ ଟଙ୍କା ଦେବାର ଲୋଭ ଦେଖାଇ, ଜବ କାର୍ଡ କରାଇଦେବା ଏବଂ ଅନ୍ୟାନ୍ୟ ଲୋଭନୀୟ ଅଫର ଦେବାକୁ କହି ସେମାନଙ୍କ ଠାରୁ ଅଧାରକାର୍ଡ, ଭୋଟ ପରିଚୟ ପତ୍ର, ଫଟୋ, ଅନ୍ୟାନ୍ୟ ନଥିପତ୍ର ସହିତ ଦସ୍ତଖତ ନେଇ ବିଭିନ୍ନ ବ୍ୟାଙ୍କରେ ଜମା ଖାତା ଖୋଲି ଥାଆନ୍ତି ।ପରେ ସେମାନଙ୍କର ଏଟିଏମ କାର୍ଡ ରଖି ତାକୁ ସାଇବର ଠକେଇରେ ବ୍ୟବହାର କରିଥାନ୍ତି ।ଏହି ସାଇବର ଠକ ମାନେ ଠକେଇ ଅର୍ଥରେ ବିଳାସପୂର୍ଣ୍ଣ ଜୀବନ ବିତାଉ ଥିବା ବେଳେ ଠକେଇର ଶିକାର ହେଉଥିବା ବ୍ୟକ୍ତି ପାଇଁ ସର୍ବନାଶର କାରଣ ହେଉଛି ।ସୂଚନା ଅନୁଯାୟୀ ଓଡ଼ଗାଁ ଏନଏସି ଅନ୍ତର୍ଗତ ବହୁ ଦୋକାନୀ କାରବାର ବେଳେ ପ୍ରାୟ ୬୦ ହଜାର ଟଙ୍କା ୟୁପିଆଇ ମାଧ୍ୟମରେ ବ୍ୟାଙ୍କରେ ଜବତ ହୋଇ ପଡ଼ି ରହିଛି ।

Leave A Reply

Your email address will not be published.