ସେକ୍ଟର-୧୫ ଥାନା ରାଉରକେଲା ପୋଲିସ ଦ୍ଵାରା ବେଆଇନ ବାଣ ଗୋଦାମ ଠାବ…

Independence

ରାଉରକେଲା :ସୁନ୍ଦରଗଡ଼ ଜିଲ୍ଲା ବିଶ୍ୱସନୀୟ ସୂଚନା ଆଧାରରେ ସେକ୍ଟର-୧୫ ଥାନା ପୋଲିସ ରାଉରକେଲାର ସେକ୍ଟର-୧୮ ଉତ୍କଳ ବସ୍ତି ଅଞ୍ଚଳରେ ଏକ ବେଆଇନ ବାଣ ଗୋଦାମ ଠାବ କରି ବିଭିନ୍ନ ପ୍ରକାର ଓ ବିଭିନ୍ନ ବ୍ରାଣ୍ଡର ବାଣ ଥିବା ୨୨ଟି ପ୍ୟାକେଟ୍ କାର୍ଟୁନ୍ ଜବତ କରିଛି ! ମୋଟ ଓଜନ: ୨୬୫.୦୮ କି.ଗ୍ରା. ! ଆନୁମାନିକ ମୂଲ୍ୟ: ₹୧.୫୦ ଲକ୍ଷ, ଜବତ: ବିଭିନ୍ନ ପ୍ରକାରର ବାଣ ଥିବା ୨୨ଟି ପ୍ୟାକେଟ୍ କାର୍ଟୁନ୍ ଗୋଦାମ ମାଲିକ ବାଣଗୁଡ଼ିକର ମାଲିକାନା, ସଂରକ୍ଷଣ ଓ ବିକ୍ରୟ ସମ୍ପର୍କରେ କୌଣସି ବୈଧ ଲାଇସେନ୍ସ କିମ୍ବା ଅନୁମତିପତ୍ର ଦାଖଲ କରିପାରିନଥିଲେ ! ସାଧାରଣ ଲୋକଙ୍କୁ ବିକ୍ରୟ କରି ବ୍ୟକ୍ତିଗତ ଆର୍ଥିକ ଲାଭ ଉଦ୍ଦେଶ୍ୟରେ ଏହି ବାଣଗୁଡ଼ିକ ସଂରକ୍ଷଣ କରାଯାଇଥିବା ଜଣାପଡ଼ିଛି ! ଏନେଇ ପ୍ରଚଳିତ ଆଇନ ଅନୁଯାୟୀ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଉଛି ! ଜନସାଧାରଣଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ବଜାୟ ରଖିବା ସହ ବେଆଇନ ଭାବେ ବିପଜ୍ଜନକ ସାମଗ୍ରୀର ସଂରକ୍ଷଣ ଓ ବିକ୍ରୟ ବିରୋଧରେ ରାଉରକେଲା ପୋଲିସର ଅଭିଯାନ ଜାରି ରହିଛି !

ad-week
Leave A Reply

Your email address will not be published.