କୋଲକାତା ଏୟାରପୋର୍ଟରେ ଆତଙ୍କ, ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ମିଳିଲା ଚିଠି

Independence

କୋଲକାତା : କୋଲକାତା ବିମାନବନ୍ଦରରେ ଶୁକ୍ରବାର ସନ୍ଧ୍ୟାରେ ବୋମା ଆତଙ୍କ ସୃଷ୍ଟି ହୋଇଥିଲା । ଗୋରଖପୁର ଅଭିମୁଖେ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଏକ ଇଣ୍ଡିଗୋ ବିମାନର ଶୌଚାଳୟରୁ ବୋମା ଥିବା ନେଇ ଏକ ଚିଠି ମିଳିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା । ବିମାନର ଶୌଚାଳୟରେ ଥିବା ଟଏଲେଟ୍‌ ପେପର୍‌ ରୋଲ୍‌ ଭିତରେ ଏକ ଟିସୁ ପେପର୍‌ରେ ବୋମା ସମ୍ପର୍କିତ ଧମକ ଲେଖାଯାଇଥିଲା ।

ଘଟଣା ଜଣାପଡ଼ିବା ପରେ ବିମାନରୁ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଓହ୍ଲାଇ ଦିଆଯାଇଥିଲା । ବିମାନର ଉଡ଼ାଣ ବନ୍ଦ କରି ଏହାର ବ୍ୟାପକ ତଲାସୀ କରାଯାଇଥିଲା । ସିଆଇଏନଏଫ୍ ଯବାନ, ବୋମା ନିଷ୍କ୍ରିୟକାରୀ ଦଳ ଓ ସନ୍ଧାନୀ କୁକୁରଙ୍କ ସହାୟତାରେ ଯାଞ୍ଚ କରାଯାଇଥିଲା । ବିମାନବନ୍ଦରର ଜଣେ ଅଧିକାରୀ କହିଛନ୍ତି ଯେ, ଏଭଳି ଧମକକୁ ଗୁରୁତ୍ୱର ସହ ନିଆଯାଇଥିବାରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା ଏବଂ ବିମାନର ଉଡ଼ାଣ ତୁରନ୍ତ ବନ୍ଦ କରାଯାଇଥିଲା । ଆବଶ୍ୟକ ସୁରକ୍ଷା ଯାଞ୍ଚ ଓ ଅନ୍ୟାନ୍ୟ ପଦକ୍ଷେପ ଜାରି ରହିଥିଲା । ତେବେ ତଲାସୀ ପରେ ବିମାନଟି କେତେବେଳେ ଗୋରଖପୁର ଅଭିମୁଖେ ଉଡ଼ିବ, ସେନେଇ ତତ୍କାଳ କୌଣସି ସ୍ପଷ୍ଟତା ମିଳିନଥିଲା ।

ad-week
Leave A Reply

Your email address will not be published.