ଲୋକସେବକ ମଣ୍ଡଳ ଆଞ୍ଚଳିକ ପରାମର୍ଶଦାତା କମିଟି ସଦସ୍ୟା ଡାକ୍ତର ନାରାୟଣୀ ପଣ୍ଡାଙ୍କ ଦେହାନ୍ତ

add-all

ସମ୍ବଲପୁର: ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ। ଲୋକ ସେବକ ମଣ୍ଡଳ ସମ୍ବଲପୁର ଆଞ୍ଚଳିକ ପରାମର୍ଶଦାତା କମିଟି ସଦସ୍ୟା ତଥା ସମ୍ବଲପୁରର ବିଶିଷ୍ଟ ସମାଜସେବୀ ଡାକ୍ତର ନାରାୟଣୀ ପଣ୍ଡାଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବୟସାଧିକ କାରଣରୁ ସେ ଦୀର୍ଘଦିନରୁ ଅସୁସ୍ଥ ରହୁଥିଲେ। ବାଥରୁମରେ ପଡି ଯାଇଥିବା ହେତୁ ତାଙ୍କର ଅଣ୍ଟାର ହାଡ ଭାଙ୍ଗି ଯାଇଥିଲା। ଗତକାଲି ରାତିରେ ସେ ଖାଇ ସାରି ଶୋଇଥିଲେ। ହେଲେ ଆଉ ଉଠି ନ ଥିଲେ। ଆଜି ସକାଳ ୮ଟା ୪୫ରେ ଡାକ୍ତରମାନେ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ଡାକ୍ତର ନାରାୟଣୀ ପଣ୍ଡାଙ୍କ ଶେଷ ଦର୍ଶନ କରିଛନ୍ତି।

ad-week
Leave A Reply

Your email address will not be published.