
ବରଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ ୨ ଗୁରୁତର । ମେହେନା ଛକରେ ବାଇକ୍ ଓ ବୋଲେରୋ ଗାଡ଼ି ମଧ୍ୟ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ ଜିଲ୍ଲା ଗୋଡଭଗା – ମହୁଲପାଲି ରାସ୍ତାର ମେହେନା ଛକ ଠାରେ ଦୁର୍ଘଟଣା ଘଟିଛି । ୨ଟି ମୋଟର ସାଇକେଲରେ ୬ ଜଣ ଯୁବକ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକମାନେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଘାଟି ଜାମପାଲି ଗାଁର ଥିବା ସୂଚନା ।
ଘଟଣାରେ ବୋଲେରୋ ଗାଡ଼ି ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ମୃତଦେହ ବୁର୍ଲା ବଡ ଡାକ୍ତରଖାନାରେ ରଖାଯାଇଛି । ଅନ୍ୟ ଦୁଇ ଗୁରୁତରଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରୁଷୁଡା ଫାଣ୍ଡି ପୋଲିସର ତଦନ୍ତ ଜାରୀ । ମୃତକଙ୍କ ପରିଚୟ ମିଳିପାରିନାହିଁ ।