
ରାୟଗଡା : ଦିନ ଦ୍ୱିପ୍ରହରରେ ଝାମ୍ପିନେଲେ ୨ଲକ୍ଷ ଟଙ୍କା । ବ୍ୟାଙ୍କକୁ ଡିପୋଜିଟ ପାଇଁ ଯିବା ବେଳେ ଝାମ୍ପିନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ରାୟଗଡା ସହର କପିଳାସ ରୋଡ଼ରେ ଥିବା ପାତ୍ର ଇଲକ୍ଟ୍ରୋନିକ ସୋ ରୁମ୍ ର କୋଷାଧକ୍ଷ ରଂଜିତ କୁମାର ଦଳାଇ ନାମକ ବ୍ୟକ୍ତି ନିକଟରେ ଥିବାଏକ ବ୍ୟାଙ୍କରୁ ଟଙ୍କା ଡିପୋଜିଟ୍ କରିବାକୁ ଯାଉଥିବା ବେଳେ ଏହି ଲୁଟ୍ ହୋଇଛି । ଜିଲ୍ଲା ସଦର ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି ।