୭ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ରାସନ୍ ଲୁଟ: ଯୋଗାଣ ମନ୍ତ୍ରୀ

newyr25

ଭୁବନେଶ୍ଵର:ରାଜ୍ୟରେ ରାସକାର୍ଡ​‌ର ଏକ ବଡ କେଳେଙ୍କାରୀ ଦେଖିବାକୁ ମିଳିଛି ।  ରାଜ୍ୟରେ ୭ ଲକ୍ଷ ଭୂତ ରାସନକାର୍ଡ ହିତାଧିକାରୀ ନାଁରେ ଲୁଟ ହେଉଥିଲା ରାସନ। ଲକ୍ଷାଧିକ ଅଯୋଗ୍ୟ ହିତାଧିକାରୀ ବି ହାତେଇ ଥି​‌ଲେ ରାସନକାର୍ଡ । ନୂଆ ସରକାର ଇ-କେଓ୍ବାସି ପ୍ରକିୟା କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ଗତ ୨ବର୍ଷ ଭିତରେ ୩୪,୯୩୯ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କ କାର୍ଡ ରଦ୍ଦ ହୋଇଛି। ୭ ଲକ୍ଷ ୭୫ ହଜାର ୬୪ ଜଣ ମୃତକଙ୍କୁ ରାସନକାର୍ଡରୁ ବାଦ୍  ଦିଆଯାଇଛି।

ପୂର୍ବରୁ ମନ୍ତ୍ରୀ କହିଥିଲେ, ୨୪ ବର୍ଷ କାଳ ସରକାର ଥିବା ସମୟରେ ହିଁ ଭୁତ ରାସନ କାର୍ଡ ଗୁଡିକ ହୋଇଛି ଏବଂ ବର୍ତ୍ତମାନ ସେଗୁଡିକୁ ଇ- କେୱାସି ଜରିଆରେ ପୁନଃ ସଂଶୋଧନ କରି ଛାଣି ଦିଆଯାଉଛି।

Leave A Reply

Your email address will not be published.